ଭୁବନେଶ୍ୱରରେ ଡବଲ ଡେକର ବସ

ଭୁବନେଶ୍ବର: ଭୁବନେଶ୍ୱର ପହଞ୍ଚିଲା ଡବଲ ଡେକର ବସ୍ । ବସ୍‌ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ପ୍ରତିଫଳିତ ରହିଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଏହି ବସ୍‌ରେ ଯାତ୍ରା କରିବେ । କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପୋର୍ଟ ବା କ୍ରୁଟ ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀରେ ଡବଲ ଡେକର ବସ୍ ଚଳାଇବାକୁ ଯୋଜନା ହୋଇଛି । ପ୍ରାଥମିକ ପର୍ୟ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ ୨ଟି ବସ୍ ଓଡ଼ିଶା ଆସିଛି ।
ବସ୍‌ର ଆଗ ଭାଗରେ ବଡ଼ କୋଣାର୍କ ଚକ୍ର ରହିଛି। ମଧ୍ୟରେ ଧଉଳି ଶାନ୍ତିସ୍ତୂପ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ରହିଛି । ସେହିପରି ବାଲିଯାତ୍ରା ପଡ଼ିଆ ଗେଟ୍‌ର ଫଟୋ ଏହି ବସ୍‌ରେ ରହିଛି । ସମସ୍ତ ଡବଲ ଡେକର ବସ୍ ବ୍ୟାଟେରୀ ଚାଳିତ। ଭୁବନେଶ୍ଵର ସମେତ କ୍ୟାପିଟାଲ ରିଜିଅନରେ ସହରୀକରଣ ବଢୁଛି । ପ୍ରତିଦିନ ପ୍ରାୟ ୨.୭୫ ଲକ୍ଷ ଲୋକେ ମୋ ବସ୍‌ରେ ଯାତ୍ରା କରୁଛନ୍ତି । ଆଗକୁ ଏହି ସଂଖ୍ୟା ଦୁଇ ଗୁଣା ବଢିବ । ଏହାକୁ ଦୃଷ୍ଟିରେ ରଖି ଡବଲ ଡେକର ମୋ ବସ୍ ଆଣିବାକୁ କ୍ରୁଟ ପକ୍ଷରୁ ଯୋଜନା କରାଯାଇଥିଲା। ପୂର୍ବରୁ ଅଧିକାରୀମାନେ ପୁରୀ ବୁଲି ଏହାର ସମୀକ୍ଷା କରିଥିଲେ। ଜଗନ୍ନାଥ ଦର୍ଶନାଭିଳାଷୀଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବ। ଏନେଇ ଖୁବ୍‌ଶୀଘ୍ର ଏକ ଡିପୋ ନିର୍ମାଣ ହେବ । ଆସନ୍ତା ୬ ତାରିଖରେ ବସକୁ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ବସରେ ମୋଟ୍ ୬୭ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି।

  • Related Posts

    ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା, ଉତ୍ସବମୁଖର ରାଇକିଆ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ମା ଙ୍କ ଆବାହନ ସହ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଇକିଆରେ ୫୨ତମ…

    Continue reading
    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି