ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା

ପୀଡିତାଙ୍କ ଘରକୁ ଗସ୍ତ କଲା ବିଜେଡି ପ୍ରତିନିଧିମଣ୍ଡଳୀ
ଡିସିପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
ଭୁବନେଶ୍ୱର, ୦୧/୧୦/୨୦୨୬: ଆଜି ଭୁବନେଶ୍ୱରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡାଘରେ ଜଣେ ଅଜଣା ମୁଖାପିନ୍ଧା ବ୍ୟକ୍ତି ପ୍ରବେଶ କରି ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୀଡିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଘର ମାଲିକ ଓ ପଡୋଶୀମାନଙ୍କ ସହ ଆଲୋଚନା କରିଥିଲା ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ।
ଏହାପରେ ବିଜେଡି ପ୍ରତିନିଧିମଣ୍ଡଳୀ ଡିସିପିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା । ପ୍ରତିନିଧିମଣ୍ଡଳୀ ପୋଲିସ୍କୁ ସ୍ୱଚ୍‌ଛ ଓ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିବା ସହ ପୀଡିତାଙ୍କ ଘର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ୍‌, ଫରେନସିକ୍‌ ପ୍ରମାଣ, ଫିଙ୍ଗରପ୍ରିଣ୍ଟ୍‌, ଡିଜିଟାଲ୍‌ ଓ ଇଲେକ୍‌ଟ୍ରୋନିକ୍‌ ପ୍ରମାଣ, କଲ୍‌ ରେକର୍ଡ ଯାଞ୍ଚ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କହିଥିଲେ । ଏହି ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକ ସମ୍ପର୍କରେ ତଦନ୍ତ କରିବାକୁ ମଧ୍ୟ କହିଥିଲେ । ପୀଡିତାଙ୍କ ମର୍ଯ୍ୟାଦା, ଗୋପନୀୟତା ଓ ପରିଚୟକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା ସହ ଆଇନଗତ ପ୍ରକ୍ରିୟା ସମୟରେ ପୀଡିତା ଓ ତାଙ୍କ ପରିବାରକୁ ଆବଶ୍ୟକ ସମସ୍ତ ସହାୟତା ଓ ସୁରକ୍ଷା ଯୋଗାଇ ଦିଆଯାଉ ।
ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ସୁମିତ୍ରା ଜେନା, ଡ ମିନତୀ ବେହେରା, ଡ ଗୀତା ବସ୍ତିଆ, ଡ ପ୍ରିୟବ୍ରତ ମାଝୀ, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଶ୍ରୀମତୀ ଅମୃତା ମିଶ୍ର, ଶ୍ରୀମତୀ ରଶ୍ମିରାଣୀ ବେହେରା, ଶ୍ରୀ ଭରତ କୁମାର ଲେଙ୍କା, ଶ୍ରୀ ବିକ୍ରମ ରଞ୍ଜିତ ପଟ୍ଟନାୟକ, ଶ୍ରୀ ନୀଳମାଧବ ମହାନ୍ତି, ଏସ୍‌.କେ. ରିହାନ୍‌ ପ୍ରମୁଖ ସାମିଲ ଥିଲେ ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ