ଭୂମିକମ୍ପ ଝଟ୍‌କାରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଜି ସକାଳୁ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୋର ୪ଟା ୧୪ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୨.୯ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଦିଲ୍ଲୀର ଉତ୍ତର ଜିଲ୍ଲାରେ ଥିଲା । ଭୂପୃଷ୍ଠରୁ ମାତ୍ର ୮ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ରହିଥିଲା । ଭୂମିକମ୍ପର ତୀବ୍ରତା ଯଥେଷ୍ଟ କମ୍ ଥିବାରୁ ଏହାଦ୍ୱାରା କୌଣସି ପ୍ରକାର ଧନଜୀବନ କ୍ଷତି କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିନାହିଁ । ୨.୯ ତୀବ୍ରତାର ଭୂମିକମ୍ପ ସାଧାରଣତଃ ବିପଦମୁକ୍ତ ଏବଂ ହାଲୁକା ଶ୍ରେଣୀର ଅନ୍ତର୍ଭୁକ୍ତ । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲେ ବି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେମାନଙ୍କ ମନରେ ଆତଙ୍କ ଖେଳିଯାଇଛି ।
ଜୁନରେ ହୋଇଥିବା ଭୂମିକମ୍ପ- ଏହା ପୂର୍ବରୁ ଜୁନ୍ ମାସରେ ଦିଲ୍ଲୀରେ ଭୂମିକମ୍ପ ହୋଇଥିଲା । ଜୁନ୍ ୨୭ ସନ୍ଧ୍ୟା ୭ଟା ୪ ମିନିଟରେ ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଆଫଗାନିସ୍ତାନରେ ବି ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା । ଯାହାର ପ୍ରଭାବ ଦିଲ୍ଲୀ ଏବଂ ଉତ୍ତର ଭାରତ ଉପରେ ପଡିଥିଲା । ଦିଲ୍ଲୀ ଏବଂ ତାର ଆଖପାଖ ଅଞ୍ଚଳ ଭୂମିକମ୍ପ ସମ୍ବେଦନଶୀଳତା ନେଇ ଜୋନ୍-୪ରେ ସାମିଲ କରାଯାଇଛି । ଏହି ଅଞ୍ଚଳରେ ପ୍ରାୟ ସମୟରେ ହାଲୁକା ଏବଂ ମଧ୍ୟମ ଧରଣ ଭୂମିକମ୍ପ ଝଟକା ଲାଗିଥାଏ ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ