ମଙ୍ଗଳବାର ଉପରାଷ୍ଟ୍ରପତି ଭୋଟ୍

ନୂଆଦିଲ୍ଲୀ: ମଙ୍ଗଳବାର ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସଂସଦ ଭବନର ରୁମ ନମ୍ବର ଏଫ-୧୦୧ (ବସୁଧା)ରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଚାଲିବ । ମତଦାନ ଶେଷ ହେବା ପରେ ଅପରାହ୍ନ ୬ଟାରେ ଭୋଟ ଗଣତି କରାଯିବ ଏବଂ ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟସଭାର ମହାସଚିବ ତଥା ରିଟର୍ଣ୍ଣିଂ ଅଫିସର ପି.ସି ମୋଦି କହିଛନ୍ତି । ଏଥର ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ବରିଷ୍ଠ ବିଜେପି ନେତା ସିପି ରାଧାକ୍ରିଷ୍ଣନ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ମୁକାବିଲା ହେଉଛି । ଉଭୟ ପ୍ରାର୍ଥୀ ଉତ୍ତର ଭାରତର । ରାଧାକ୍ରିଷ୍ଣନ ତାମିଲନାଡ଼ୁ ଏବଂ ଜଷ୍ଟିସ୍‌ ରେଡ୍ଡୀ ତେଲଙ୍ଗାନାର ବାସିନ୍ଦା ।
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରବିବାର ଏନ୍‌ଡିଏ ସାଂସଦମାନଙ୍କର ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ଦିଲ୍ଲୀ ସଂସଦ ପରିସରରେ ଥିବା ଜିଏମ୍‌ସି ବାଳଯୋଗୀ ଅଡିଟୋରିୟମରେ ଚାଲିଥିବା କର୍ମଶାଳାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ତେବେ ସେ ହଲ୍‌ରେ ସମସ୍ତଙ୍କ ପଛରେ ବସିଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ସୋମବାର ଇଣ୍ଡି ମେଣ୍ଟର ସାଂସଦମାନଙ୍କ ଏକ ବୈଠକ ଡକାଯାଇଛି । ଅପରାହ୍ନ ୨ଟା ୩୦ରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍‌ରେ ଏହି ବୈଠକ ବସିବ । ବୈଠକରେ ମେଣ୍ଟ ସହଯୋଗୀ ଦଳର ସବୁ ସାଂସଦମାନେ ଉପସ୍ଥିତ ରହିବେ । ସେଥିରେ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ବ୍ୟାପକ ଆଲୋଚନା କରାଯିବ । ବୈଠକ ଅବସରରେ ଏକ ମକ୍‌ ପୋଲ୍‌ ମଧ୍ୟ ଆୟୋଜିତ ହେବ । ନିର୍ବାଚନ ସମୟରେ ସାଂସଦମାନେ କିଭଳି ନିର୍ଭୁଲ ଭାବରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ ସେ ସମ୍ପର୍କରେ ସେମାନଙ୍କୁ ତାଲିମ୍‌ ଦିଆଯିବ । ଏହା ପରେ ସନ୍ଧ୍ୟା ୭ଟା ୩୦ ମିନିଟରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ ମେଣ୍ଟର ସାଂସଦମାନଙ୍କ ପାଇଁ ଡିନର ପାର୍ଟିର ଆୟୋଜନ କରିଛନ୍ତି ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ