ମନମୋହନଙ୍କୁ ଇତିହାସ ଭାରତର ଅର୍ଥନୈତିକ ସଂସ୍କାରକ ରୂପେ ମନେ ରଖିବ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ଗତ ରାତିରେ ୯୨ ବର୍ଷ ବୟସ୍କ ଶ୍ରୀ ସିଂହଙ୍କ ପରଲୋକ ହୋଇଛି। ମନମୋହନ ସିଂହଙ୍କ ବିୟୋଗ ଘଟଣାକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ମନମୋହନ ସିଂହଙ୍କୁ ଇତିହାସ କେବଳ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ନୁହେଁ, ଭାରତର ଅର୍ଥନୈତିକ ସଂସ୍କାରକ ଓ ଜଣେ ବିଦ୍ୱାନ ନେତା ରୂପେ ମନେ ରଖିବ। ୧୯୯୧ ମସିହାରୁ ୧୯୯୬ ମସିହା ପର୍ୟ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।

ମନମୋହନଙ୍କ ଅର୍ଥ ମନ୍ତ୍ରିତ୍ୱ କାଳରେ ଦେଶରେ ଦେଖା ଦେଇଥିଲା ବୈଦେଶିକ ମୁଦ୍ରାର ଘୋର ସଙ୍କଟ। ଆୟଠାରୁ ବ୍ୟୟ ବହୁଗୁଣା ଅଧିକ ରହିବାରୁ ବିଶାଳ ବିତ୍ତୀୟ ନିଅଣ୍ଟ ସ୍ଥିତିକୁ ସଙ୍ଗିନ କରିଥିଲା। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଥିଲା ଓ ଦେଶ ଦେବାଳିଆ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥରୁ ମୁକୁଳିବାକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ସହାୟତା ଲୋଡ଼ାଯାଇଥିବା ବେଳେ ସୁନା ବନ୍ଧା ରଖି ପାଣ୍ଠି ଯୋଗାଡ଼ କରାଯାଇଥିଲା। ସେପରି ଆର୍ଥିକ ଘଡ଼ିସନ୍ଧି ସମୟରେ ନିଜର ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଅର୍ଥନୈତିକ ସଂସ୍କାରର ପ୍ରସ୍ତାବ ଦେଇଥିଲେ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ