ମମତାଙ୍କୁ ଝଟ୍‌କା, ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

ନୂଆଦିଲ୍ଲୀ; ପଶ୍ଚିମବଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ତାଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଟିଏମ୍‌ସିର ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସମସ୍ତ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ ମମତାଙ୍କୁ ଏକ ଚିଠି ଲେଖି ଅବଗତ କରିଛନ୍ତି । ସେଥିରେ ଚନ୍ଦ୍ରିମା ଦର୍ଶାଇଛନ୍ତି ଯେ, ମମତାଜୀଙ୍କର ଯେଉଁ ବିଶ୍ୱାସ ତାଙ୍କ ଉପରେ ଥିଲା ତାହା ଦୁର୍ବଳ ହୋଇଥିବା ଭଳି ଲାଗୁଛି । ଯେତେବେଳେ ବିଶ୍ୱାସ ଏବଂ ଭରସା ନଥାଏ ସେତେବେଳେ ଦଳୀୟ କର୍ମୀ ଭାବେ କାମ କରିବା କଷ୍ଟକର ହୋଇଥାଏ । ସେଥିଯୋଗୁ ସେ ଟିଏମ୍‌ସିର ରାଜ୍ୟ ସଭାପତି ସମେତ ଅନ୍ୟ ସମସ୍ତ ପଦରୁ ଇସ୍ତଫା ଦେଉଛନ୍ତି ।ଇସ୍ତଫା ପରେ ଚନ୍ଦ୍ରିମା ରାଜ୍ୟ ବିଧାନସଭାରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ଭେଟିଥିଲେ । ଏହାକୁ ନେଇ ମମତାଙ୍କ କ୍ୟାମ୍ପର ବିଧାୟକ କୁନାଲ ଘୋଷ ତାଙ୍କୁ ଜୋରଦାର୍‌ ଟାର୍ଗେଟ କରିଛନ୍ତି । ଚନ୍ଦ୍ରିମାଙ୍କ ଇସ୍ତଫାକୁ ସେ ଯୋଜନାବଦ୍ଧ ବୋଲି ଦର୍ଶାଇଛନ୍ତି । ଇତିମଧ୍ୟରେ ମମତା ବିଦ୍ରୋହୀ ନେତାଙ୍କୁ ‘ଧୋକ୍କାବାଜ’ ଆଖ୍ୟା ଦେଇଛନ୍ତି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନରେ ବିଦ୍ରୋହୀ ବିଧାୟକମାନେ ଟିଏମ୍‌ସି ଟିକଟରେ ଲଢ଼ିଥିଲେ ।

କିଛି ମାସ ମଧ୍ୟରେ ସେମାନେ କିଭଳି ଦଳରେ ସବୁ କିଛି ଠିକ୍‌ ନଥିବା ଅଭିଯୋଗ ଆଣୁଛନ୍ତି । ପ୍ରକୃତରେ ସେମାନେ ବିଜେପି ଇଙ୍ଗିତରେ କାମ କରୁଛନ୍ତି । ଏପରି ନକରି ସେମାନେ ସିଧାସଳଖ ବିଜେପିରେ ମିଶିବା କଥା । ସେ କିନ୍ତୁ ବିଜେପି ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ । ବିଧାନସଭା ନିର୍ବାଚନରେ ପରାଜିତ ହେବା ପରଠାରୁ ତୃଣମୂଳ କଂଗ୍ରେସରେ ସଙ୍କଟ ଜାରି ରହିଛି । ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ୮୦ ଜଣ ବିଧାୟକ ମମତାଙ୍କ ବିରୋଧରେ ବିଦ୍ରୋହ କରି ନିଜର ଅଲଗା ଗୋଷ୍ଠୀ ଗଠନ କରିଛନ୍ତି । ଦଳର ୨୦ ଜଣ ସାଂସଦ ମଧ୍ୟ ବିଦ୍ରୋହ କରି ଏନ୍‌ଡିଏକୁ ସମର୍ଥନ ଘୋଷଣା କରିଛନ୍ତି । ଟିଏମ୍‌ସି ବିଦ୍ରୋହ ଭିତତରେ ଚନ୍ଦ୍ରିମାଙ୍କ ଦଳ ଛାଡିବା ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶେଷ କରି ତୃଣମୂଳ କଂଗ୍ରେସ ପାଇଁ ବଡ଼ ଝଟକା ସମାନ ହୋଇଛି ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ