
ଦେବଗଡ଼:ପୌରାଞ୍ଚଳର ରଜାମୁଣ୍ଡା ସାହିର ଜଣେ ଯୁବକକୁ ସଂଘବଦ୍ଧ ଭାବେ ମାରଣାନ୍ତକ ଆକ୍ରମଣ ହୋଇଥିଲା। ତେବେ ଯୁବକର ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୂ ଘଟିଥିଲା। ମୃତକ ହେଲେ ପୌରାଞ୍ଚଳର ରଜାମୁଣ୍ଡା ସାହିର ରଜାମୁଣ୍ଡାର ଯୁଧିଷ୍ଠିର ନାଏକଙ୍କ ପୁଅ ହାଡୁ ନାଏକ(୪୨)।ଆଜି ସକାଳେ ଦେବଗଡରେ ମୃତ ଦେହ ପଂଚିବା ପରେ ସାହି ବାସିନ୍ଦା ପୁରୁଣା ଜାତୀୟ ରାଜପଥରେ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସୂଚନାପାଇ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ତହସିଲଦାର କର୍ଣ୍ଣ ମଲ୍ଲିକ,ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି, ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥି,କାଉନସିଲର ଇତିଶ୍ରୀ ମିଶ୍ର ଘଟଣାସ୍ଥଳରେ ପଂହଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠି ଓ ପୌର କାର୍ଯ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅଭିଯୋଗ ଅନୁଯାୟୀ,ରଜାମୁଣ୍ଡା ସଦାହି ସ୍ଥିତ କଲ୍ୟାଣ ମଣ୍ଡପରେ ଗତ ୨୦ ତାରିଖ ଦିନ ରାତିରେ କିଛି ଯୁବକ ହାଡୁକୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ସେ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଅବସ୍ଥାସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହାଡୁର ମୃତ୍ୟୁ ଘଟିଥିଲା। ଆଜି ମୃତ ଦେହ ପଂହଚିବା ପରେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ଯୁବକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି କରି ରାସ୍ତାରୋକ କରିଥିଲେ।







