ମହଙ୍ଗା ଅନକ୍ୟାପଡ୍‌ ଖେଳାଳି ପ୍ରଶାନ୍ତ ଓ କାର୍ତ୍ତିକ

ନୂଆଦିଲ୍ଲୀ: ଏଥର ମିନି ନିଲାମୀରେ ସବୁଠୁ ଚର୍ଚ୍ଚାରେ ରହିଥିଲା ସର୍ବାଧିକଥରର ଟାଇଟଲ୍‌ ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ। ଚେନ୍ନାଇ ଦୁଇଜଣ ଅପରିଚିତ ଖେଳାଳିଙ୍କୁ କ୍ରୟ କରିବା ଲାଗି ୨୮.୪୦ କୋଟି ଟଙ୍କା ବ୍ୟୟ କରିଥିଲା। ସେହି ଦୁଇଜଣ ଖେଳାଳି ହେଲେ ଉତ୍ତର ପ୍ରଦେଶ ଅଲ୍‌ରାଉଣ୍ଡର ପ୍ରଶାନ୍ତ ବୀର ଓ ରାଜସ୍ଥାନର ୱିକେଟକିପର କାର୍ତ୍ତିକ ଶର୍ମା। ଉଭୟଙ୍କୁ ଚେନ୍ନାଇ ୧୪.୨୦ କୋଟି ଲେଖାଏରେ କିଣି ଦଳରେ ସାମିଲ କରିଛି। ଉଭୟଙ୍କ ମୂଳ ଦଳ ୩୦ ଲକ୍ଷ ଟଙ୍କା ରହିଥିଲା। ଅର୍ଥାତ୍‌ ଏମାନେ ମୂଳଦରରୁ ୪୯ଗୁଣା ଅଧିକ ମୂଲ୍ୟରେ ନିଲାମୀରେ କ୍ରୟ ହୋଇଥିଲେ। ସେହିଭଳି ଆଇପିଏଲ୍‌ ଇତିହାସରେ ଅନକ୍ୟାପଡ୍‌ ଅର୍ଥାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନ ଥିବା ଖେଳାଳିଙ୍କ ମଧ୍ୟରେ ଉଭୟ ସର୍ବାଧିକ ମୂଲ୍ୟରେ ବିକ୍ରି ହେବାର ନୂଆ ରେକର୍ଡ କରିଛନ୍ତି। ଏଥିପୂର୍ବରୁ ଏହି ରେକର୍ଡ ଆଭେସ ଖାନଙ୍କ ନାମରେ ରହିଥିଲା। ୨୦୨୨ ନିଲାମୀରେ ଲକ୍ଷ୍ନୌ ଆଭେସଙ୍କୁ ୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା।
କେବଳ କଠିନ ପରିଶ୍ରମ ଦ୍ଵାରା ସଫଳତା ମିଳିବା ସହଜ ନୁହେଁ, ଏଥିପାଇଁ ଆବଶ୍ୟକ ନିଷ୍ଠା, ଅଧ୍ୟବସାୟ ଏବଂ କିଛି ଉତ୍ତମ ବନ୍ଧୁଙ୍କ ସହଯୋଗ। ଚେନ୍ନାଇ ସୁପରକିଙ୍ଗସ (CSK) ଦଳରେ ନୂଆ କରି ସାମିଲ ହୋଇଥିବା ଉତ୍ତରପ୍ରଦେଶ ଆମେଥିର ଯୁବ କ୍ରିକେଟର ପ୍ରଶାନ୍ତଙ୍କ କାହାଣୀ ଏହାର ଏକ ଜ୍ଵଳନ୍ତ ଉଦାହରଣ। ଏକ ଗରିବ ପରିବାରରୁ ଆସି ଆଇପିଏଲର ସବୁଠାରୁ ସଫଳ ଦଳରେ ସ୍ଥାନ ପାଇବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଅତ୍ୟନ୍ତ ଭାବପ୍ରବଣ। ଅର୍ଥାଭାବ କାରଣରୁ ଦିନେ କ୍ରିକେଟ୍ ଛାଡିବାକୁ ବସିଥିବା ପ୍ରଶାନ୍ତ ଆଜି ନିଜ କୋଚ୍ ଏବଂ ଜଣେ ଘନିଷ୍ଠ ବନ୍ଧୁଙ୍କ ତ୍ୟାଗ ପାଇଁ ସାରା ଦେଶରେ ପରିଚିତ ହୋଇପାରିଛନ୍ତି।
ପ୍ରଶାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଆଦୌ ଭଲ ନଥିଲା। ଜେଜେ ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା କଷ୍ଟକର ହୋଇପଡିଥିଲା। ପୂର୍ବରୁ ଜେଜେଙ୍କ ପେନସନ ଟଙ୍କାରେ ପ୍ରଶାନ୍ତ କ୍ରିକେଟ୍ ଉପକରଣ କିଣିବା ସହ ପ୍ରଶିକ୍ଷଣ ଖର୍ଚ୍ଚ ତୁଲାଉଥିଲେ। କିନ୍ତୁ ବାପା ଜଣେ ଶିକ୍ଷା ମିତ୍ର ଭାବେ କାର୍ଯ୍ୟ କରୁଥିବାରୁ ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହେଉଥିଲା। ପରିସ୍ଥିତି ଏପରି ହେଲା ଯେ, ନିଜ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇ ପରିବାରକୁ ସାହାଯ୍ୟ କରିବାକୁ ପ୍ରଶାନ୍ତ ମନସ୍ଥ କରିନେଇଥିଲେ। ତେବେ ତାଙ୍କ କୋଚ ରାଜାବ ଏକଥା ଜାଣିବା ପରେ ତାଙ୍କୁ ଅଟକାଇଥିଲେ ଏବଂ କ୍ରିକେଟ୍ ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ପ୍ରଶାନ୍ତଙ୍କ ସଫଳତା ପଛରେ ତାଙ୍କ ବନ୍ଧୁ ରକ୍ଷିତ ଗର୍ଗଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଉଭୟ ଏକଦା ଏକତ୍ର ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଉଥିଲେ। ପରେ ଉନ୍ନତ ପ୍ରଶିକ୍ଷଣ ପାଇଁ ଉଭୟ ସହରନପୁର ଚାଲିଆସିଥିଲେ। ସେଠାରେ ପ୍ରଶାନ୍ତଙ୍କ ରହିବା ପାଇଁ ଘର ନ ଥିବାରୁ ରକ୍ଷିତ ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ। ରକ୍ଷିତଙ୍କ ବାପା ଏକ ପାନ ଦୋକାନ କରି ଘର ଚଳାଉଥିଲେ ମଧ୍ୟ ସେ ବନ୍ଧୁ ପ୍ରଶାନ୍ତଙ୍କୁ ସାହାଯ୍ୟ କରିବାରେ କୁଣ୍ଠାବୋଧ କରିନଥିଲେ। ଗୋଟିଏ ସାଇକେଲରେ ଦୁଇ ବନ୍ଧୁ ଏକାଠି ଅଭ୍ୟାସ ପାଇଁ ଯାଉଥିଲେ।

ଦୁର୍ଭାଗ୍ୟବଶତଃ, ପିତାମାତାଙ୍କ ଦେହାନ୍ତ ପରେ ରକ୍ଷିତଙ୍କୁ କ୍ରିକେଟ୍ ଛାଡିବାକୁ ପଡିଥିଲା ଏବଂ ସେ ଏବେ କ୍ରୀଡ଼ା ଉପକରଣ ଦୋକାନ ଚଳାଉଛନ୍ତି। କିନ୍ତୁ ପ୍ରଶାନ୍ତ ହାର ମାନିନଥିଲେ। କଠିନ ପରିଶ୍ରମ ବଳରେ ସେ ୟୁପି ସିନିୟର ଦଳର ନିୟମିତ ସଦସ୍ୟ ହୋଇପାରିଛନ୍ତି। ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲରଙ୍କ ଭଳି ଛକା ମାରିବାର ଦକ୍ଷତା ରଖିଥିବାରୁ ତାଙ୍କୁ ‘ସହରନପୁର ମିଲର’ କୁହାଯାଏ। ଗତ ୟୁପି ଟି-ଟ୍ଵେଣ୍ଟି ଲିଗରେ ସେ ୧୫୫.୩୪ ଷ୍ଟ୍ରାଇକ ରେଟରେ ୩୭୦ ରନ ସଂଗ୍ରହ କରିବା ସହ ୮ଟି ୱିକେଟ୍ ନେଇ ଚେନ୍ନାଇ ସୁପରକିଙ୍ଗସର ଦୃଷ୍ଟି ଆକର୍ଷଣ କରିଥିଲେ। ଚେନ୍ନାଇ ଦଳରେ ଚୟନ ହେବା ପରେ ପ୍ରଶାନ୍ତ ପ୍ରଥମେ ଭିଡିଓ କଲ୍ ଯୋଗେ ନିଜର ସେହି ପୁରୁଣା ବନ୍ଧୁ ରକ୍ଷିତଙ୍କୁ ହିଁ ଖୁସି ଖବର ଜଣାଇଥିଲେ।

ସହରନପୁର ମିଲର: ପ୍ରଶାନ୍ତ ନିଜ ଅଞ୍ଚଳରେ ‘ସହରନପୁର ମିଲର’ ନାମରେ ପରିଚିତ । ଦକ୍ଷିଣ ଆଫ୍ରିକା ବ୍ୟାଟର ଡେଭିଡ୍ ମିଲରଙ୍କ ଭଳି ଛକା ମାରିବାର କ୍ଷମତା ରଖିଥିବାରୁ ତାଙ୍କୁ ଏଭଳି ନାମ ମିଳିଛି । ଗତ ୟୁପି ଟି-ଟ୍ଵେଣ୍ଟି ଲିଗରେ ପ୍ରଶାନ୍ତ ୧୫୫.୩୪ ଷ୍ଟ୍ରାଇକ ରେଟରେ ୩୭୦ ରନ ସଂଗ୍ରହ କରିବା ସହ ୮ଟି ୱିକେଟ୍ ନେଇ ସୁପରକିଙ୍ଗସର ଦୃଷ୍ଟି ଆକର୍ଷଣ କରିଥିଲେ । ସୁପରକିଙ୍ଗସ ତାଙ୍କୁ ସଙ୍ଗେ ସଙ୍ଗେ ଟ୍ରାଏଲ ପାଇଁ ଡାକିଥିଲା ।
ଆଇପିଏଲ୍ ମିନି ନିଲାମରେ ଆଉ ଜଣେ ଦାମୀ ଘରୋଇ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ୧୯ ବର୍ଷୀୟ କାର୍ତ୍ତିକ ଶର୍ମା। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏହି ଯୁବ ତାରକାଙ୍କୁ ୧୪.୨୦ କୋଟି ଟଙ୍କାର ବିପୁଳ ମୂଲ୍ୟରେ କିଣିଛି। କାର୍ତ୍ତିକ ଜଣେ ୱିକେଟ୍ କିପର ବ୍ୟାଟର ଏବଂ ତାଙ୍କ ନିକଟରେ ଏକାକୀ ମ୍ୟାଚ୍ ଜିତାଇବାର ଦକ୍ଷତା ରହିଛି। ଭାରତୀୟ କ୍ରିକେଟର ଆଗାମୀ ଭବିଷ୍ୟତ ଭାବେ ତାଙ୍କୁ ଏବେଠାରୁ ଗଣନା କରାଯାଉଛି।

କାର୍ତ୍ତିକ ରାଜସ୍ଥାନର ବାସିନ୍ଦା ଏବଂ ପିଲାଦିନରୁ କ୍ରିକେଟ୍ ପ୍ରତି ତାଙ୍କର ବିଶେଷ ଦୁର୍ବଳତା ରହିଥିଲା। ତାଙ୍କ ବାପା ମନୋଜ କୁମାର ମଧ୍ୟ ଜଣେ କ୍ରିକେଟ୍ ଖେଳାଳି ଥିଲେ, କିନ୍ତୁ ସେ ବେଶୀ ଆଗକୁ ବଢ଼ିପାରି ନଥିଲେ। ନିଜର ଅଧୁରା ସ୍ୱପ୍ନକୁ ପୁଅ ମାଧ୍ୟମରେ ପୂରଣ କରିବାକୁ ସେ ଲକ୍ଷ୍ୟ ରଖିଥିଲେ ଏବଂ ନିଜେ ପୁଅକୁ ଖେଳର କୌଶଳ ଶିଖାଇଥିଲେ। କାର୍ତ୍ତିକ ବର୍ତ୍ତମାନ କ୍ରିକେଟର ଦୀପକ ଓ ରାହୁଲ ଚହରଙ୍କ ବାପା ଲୋକେନ୍ଦ୍ର ସିଂହ ଚହରଙ୍କ ଏକାଡେମୀରେ ତାଲିମ ନେଉଛନ୍ତି।

୨୦୨୪ରେ ପ୍ରଥମ ଶ୍ରେଣୀ ଏବଂ ‘ଲିଷ୍ଟ-ଏ’ କ୍ରିକେଟରେ ପଦାର୍ପଣ କରିବା ପରଠାରୁ କାର୍ତ୍ତିକ ଆଉ ପଛକୁ ଫେରି ଚାହିଁନାହାନ୍ତି। ନିଜର ଉଭୟ ଡେବ୍ୟୁ ମ୍ୟାଚରେ ଶତକ ଅର୍ଜନ କରି ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩ଟି ଶତକ ସହ ୪୭୯ ରନ୍ ଏବଂ ୯ଟି ‘ଲିଷ୍ଟ-ଏ’ ମ୍ୟାଚରୁ ୨ଟି ଶତକ ସହ ୪୪୫ ରନ୍ ସଂଗ୍ରହ କରିଛନ୍ତି। ଗତ ବିଜୟ ହଜାରେ ଟ୍ରଫିରେ ସେ ରାଜସ୍ଥାନ ପାଇଁ ସର୍ବାଧିକ ରନ୍ ସ୍କୋରର ଥିଲେ। ଆଇପିଏଲ୍ ଖେଳିବାର ସୁଯୋଗ ପାଇବା ପରେ କାର୍ତ୍ତିକ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ବାପା ତାଙ୍କୁ ଛକା ମାରିବା ଏବଂ ବଡ଼ ସ୍କୋର କରିବା ପାଇଁ ସର୍ବଦା ଉତ୍ସାହିତ କରୁଥିଲେ। ଆଇପିଏଲ୍ ଚୁକ୍ତି ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ, ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସମେତ ମୋଟ ୬ଟି ଦଳ ପାଇଁ ଟ୍ରାଏଲ୍ ଦେଇଥିଲେ। ଶେଷରେ ସିଏସକେ ତାଙ୍କୁ ଦଳରେ ସାମିଲ କରି ତାଙ୍କ ଆଇପିଏଲ୍ ସ୍ୱପ୍ନକୁ ସାକାର କରିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ