ମହାନଦୀ ଟ୍ରିବୁ୍ୟନାଲ ଗସ୍ତ ଖର୍ଚ୍ଚ ୨.୪୧ କୋଟି

ସମ୍ବଲପୁର: ମହାନଦୀ ଜଳ ବିବାଦ ଟ୍ରାଇବୁନାଲ୍ ଗତ ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ଏହି ଗସ୍ତକାଳରେ ରାଜ୍ୟ ରାଜକୋଷରୁ ପ୍ରାୟ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଗସ୍ତ ସମୟରେ ସରକାରୀ ଅତିଥି ଗୃହର ବ୍ୟବହାର ବଦଳରେ ଝାରସୁଗୁଡ଼ାର ଏକ ମହଙ୍ଗା ହୋଟେଲରେ ରହିଥିଲେ। ଟ୍ରାଇବୁନାଲ ସଦସ୍ୟଙ୍କ ଏଠାରେ ଦୁଇଦିନ ରହଣି ପାଇଁ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏପରିକି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂଗଠନକୁ ମଧ୍ୟ ୮୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଏଥିସହ ସ୍ଥାନୀୟ ପରିଦର୍ଶନ ପାଇଁ ଏକ ଟ୍ରାଭେଲ୍ ଏଜେନ୍ସିକୁ ମଧ୍ୟ ୫ଲକ୍ଷ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି। ଆରଟିଆଇ ମାଧ୍ୟମରେ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ମହାନଦୀ ଉପର ମୁଣ୍ଡକୁ ଟ୍ରାଇବୁନାଲ ସଦସ୍ୟଙ୍କ ଗସ୍ତ ଲାଗି ୧.୪୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ସେହିପରି ପୁରୀ, ଚିଲିକା ଓ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ତଳ ଜଳଭଣ୍ଡାର ପରିଦର୍ଶନ ସମୟରେ ଆଉ ୯୫ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।
ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଏପରି ଖର୍ଚ୍ଚ ଜଣେ ବ୍ୟକ୍ତିଙ୍କ ବିଶ୍ୱ ଯାତ୍ରା ପାଇଁ ମଧ୍ୟ ଅଧିକ ହୋଇଥାନ୍ତା। ଏକ ସରକାରୀ ପରିଦର୍ଶନ ପାଇଁ କାହିଁକି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମକୁ ନିଯୁକ୍ତି ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ୪ ଜଣ ଟ୍ରାଇବୁନାଲ ସଦସ୍ୟ ନିଜ ପରିବାର ସହ ଆସିଥିଲେ, ଯାହା ସରକାରୀ ଗସ୍ତକୁ ଏକ ପାରିବାରିକ ପର୍ୟ୍ୟଟନରେ ପରିଣତ କରିଥିଲା। ଶ୍ରୀ ଦାସ ଏହାକୁ ‘ସାର୍ବଜନୀନ ଟଙ୍କାର ଅପଚୟ’ କହିବା ସହ ଏହାର ସିଏଜି ଅଡିଟ ଦାବି କରିଛନ୍ତି। ମହାନଦୀ ଟ୍ରାଇବୁନାଲ ସଦସ୍ୟଙ୍କ ଗସ୍ତ ପାଇଁ ଖର୍ଚ୍ଚ ହୋଇଥିବା ୨.୪୧ କୋଟି ଟଙ୍କାର ସ୍ପଷ୍ଟୀକରଣ ଓଡ଼ିଶା ସରକାର ଦେବା ଉଚିତ ବୋଲି ସେ ଦାବି କରିଛନ୍ତି।

  • Related Posts

    ଦେବସ୍ନାନ ପୂର୍ଣ୍ଣିମା ; ପୁରୀରେ ଏହି ସ୍ଥାନରେ ପାର୍କିଂ କରିବେ ଭକ୍ତ

    ପୁରୀ : ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ଅର୍ଥାତ୍‌ ସୋମବାର ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି । ପାର୍କିଂ ନିମନ୍ତେ ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ, ଅର୍ଥାତ୍‌…

    Continue reading
    ଗ୍ୟାସ୍ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ମାମଲା : ଏନ୍ଏଚ୍ଆରସିରେ ମାମଲା ରୁଜ୍ଜୁ

    ଭୁବନେଶ୍ୱର: ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୧ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା । ଜାତୀୟ ମାନବାଧିକାର କମିଶନରେ ମାମଲା ପହଁଚିଛି । କୋରାପୁଟ ଜିଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ