ମହାନଦୀରୁ ମୃତ କୁମ୍ଭୀର ଉଦ୍ଧାର

ଭାପୁର,୦୩/୧୧: ମହାନଦୀରୁ ଏକ ସାତଫୁଟ ଲମ୍ବର ମୃତ କୁମ୍ଭୀର ଉଦ୍ଧାର ହୋଇଛି ।  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ନିକଟସ୍ଥ ମହାନଦୀରୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀରର ମୃତଦେହକୁ ଉଦ୍ଧାର କରିଛନ୍ତି ।

ରବିବାର ସକାଳୁ କିଛି ମତ୍ସ୍ୟଜୀବୀ ମହାନଦୀକୁ ମାଛ ଧରିବାକୁ ଯିବାବେଳେ ହନୁମନ୍ତପ୍ରସାଦ ଓ ପଦ୍ମାବତୀ ମଝି ମହାନଦୀ କୂଳରେ ଏକ କୁମ୍ଭୀର ଦେଖି ବନବିଭାଗକୁ ଜଣାଇଥିଲେ । ଭାପୁର ବନବିଭାଗ ଅଧିକାରୀ ବନମାଳୀ ରାଉତ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟି ମରି ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ଏକ ଅଣ୍ଡିରା ବଉଳା କୁମ୍ଭୀର ଓ ଏହାର ଲମ୍ବ ସାତଫୁଟ ହେବ ବୋଲି ସୂଚନା ମିଳିଛି । ଭାପୁର ଭିଏଏସ ଜ୍ୟୋତିର୍ମୟୀ ପାତ୍ର, ଏଲଆଇ ଲକ୍ଷ୍ମୀକାନ୍ତ ସାହୁ ପହଞ୍ଚି କୁମ୍ଭୀର ବ୍ୟବଚ୍ଛେଦ ପରେ ନଦୀ କୂଳରେ ପୋତି ଦେଇଥିଲେ । ତେବେ ଏହି କୁମ୍ଭୀର କେଉଁଠୁ ଏବଂ କିପରି ଆସିଲା, ଏ ନେଇ ତଦନ୍ତ ଚାଲୁ ରହିଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ