ମହିଳା ଏବଂ ପୁରୁଷ ହକି ଟିମଙ୍କୁ ସମ୍ୱର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ସଦ୍ୟ ସମାପ୍ତ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳ ଇତିହାସ ରଚିଥିଲେ । ଉଭୟ ମହିଳା ଏବଂ ପୁରୁଷ ହକି ଟିମ୍ ଏସିଆଡରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ । ଏହି ସଫଳତା ପାଇଁ ସୁନା ପୁଅ-ଝିଅଙ୍କୁ ସମ୍ୱର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ନେଇ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ହକି ଟିମ୍‌କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ଓଡ଼ିଶାର ପାରମ୍ପରିକ ବାଜାରେ ସ୍ୱାଗତ କରାଯାଇଛି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ େମାେହନ ମାଝୀ ଉଭୟ ପୁରୁଷ ଏବଂ ମହିଳା ଦଳକୁ ସମ୍ଭର୍ଦ୍ଧନା କରିବେ । ହକି ଟିମ୍‌ର ଐତିହାସିକ ବିଜୟକୁ ପାଳୁଛି ଓଡ଼ିଶା । ସନ୍ଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ ।

ଭାରତୀୟ ହକିର ସୁବର୍ଣ୍ଣ ଯୁଗ ପୁଣି ଥରେ ଫେରିଛି ! ଏସୀୟ କ୍ରୀଡ଼ାର ମହାମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଥିଲା । ଜାପାନରେ ଆୟୋଜିତ ଏସିଆନ ଗେମ୍ସରେ ମାଲେସିଆକୁ ମାତ୍ ଦେଇ ଫାଇନାଲ୍ ମ୍ୟାଚ୍ରେ ୫-୧ ଗୋଲ୍ର ଦମଦାର୍ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ କେବଳ ଏକ ସ୍ୱର୍ଣ୍ଣ ପଦକ ନୁହେଁ, ବରଂ ଆଗାମୀ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଥିଲା ଭାରତୀୟ ପୁରୁଷ ହକି ଟିମ୍ । ଏହି ବିଜୟର ସବୁଠାରୁ ବଡ଼ ଏବଂ ଗର୍ବର କଥା ହେଉଛି ଓଡ଼ିଶାର ଗୌରବ! ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଦଳର ଓଡ଼ିଆ ପୁଅ, ଷ୍ଟାର୍ ଫରୱାର୍ଡ ଶିଳାନନ୍ଦ ଲକ୍ରା ଏକ ଚମତ୍କାର ମାଷ୍ଟରକ୍ଲାସ୍ ଗୋଲ୍ କରି ଦଳର ବିଜୟକୁ ସମ୍ପୂର୍ଣ୍ଣ କରିଥିଲ । ସେହିପରି ଆମର ଅନ୍ୟତମ ପ୍ରତିଭାବାନ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଙ୍କ ଦୃଢ଼ ଡିଫେନ୍ସ ଏବଂ ଅଧିନାୟକ ହରମନପ୍ରୀତ ସିଂହଙ୍କ ଜ୍ରାଗ୍-ଫ୍ଲିକିଂ ଜାଦୁ ବଳରେ ମାଲେସିଆ ଟିମ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲା ଭାରତ । ଏହି ସଫଳତା ପାଇଁ ପୁରୁଷ ହକି ଟିମ୍‌କୁ ଆସି ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୁଷ ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି ।
ସବୁଠାରୁ ବଡ଼ କଥା ହେଉଛି, ଦୀର୍ଘ ବର୍ଷର ବ୍ୟବଧାନ ପରେ, ଭାରତୀୟ ହକିରେ ପୁଅ ଓ ଝିଅ (ଉଭୟ ପୁରୁଷ ଓ ମହିଳା ଦଳ) ଏକାଠି ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଥିଲେ l ସେହିପରି ମହିଳା ହକି ଦଳ ବି ୪୪ ବର୍ଷ ପରେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କ ସ୍ଵାଗତ ପାଇଁ ବିମାନ ବନ୍ଦର ପରିସରେ ବାଜା, ନୃତ୍ୟ ପରିବେଷଣ କରାଯାଉଛି ।ପାରମ୍ପରିକ ଲୋକନୃତ୍ୟ ସମ୍ବଲପୁରୀ ନାଚ, ପାଇକ ଆଖଡ଼ା ଏବଂ ପାରମ୍ପରିକ ଢୋଲ-ମହୁରୀର ତାଳେ ତାଳେ କଳାକାରମାନେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଛି l ବିମାନବନ୍ଦର ପରିସରରେ ହକି ପ୍ରେମୀ ଓ କ୍ରୀଡ଼ାପ୍ରେମୀମାନେ ଏକତ୍ରିତ ହୋଇଛନ୍ତି l ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ କ୍ରୀଡ଼ା ବିଭାଗର ଅଧିକାରୀମାନେ ଖେଳାଳିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି