ମହିଳାଙ୍କୁ ସୁରକ୍ଷା ଦେଇପାରୁନ, ଗାଦି ଛାଡ଼ : ବିଜେଡି

ଭୁବନେଶ୍ୱର : ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟରେ ବଳାତ୍କାର, ଗଣବଳାତ୍କାର ପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ମହିଳା ବିରୋଧୀ ଅପରାଧ ସଂଖ୍ୟା ୪୦ ହଜାରରୁ ଅଧିକ ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ଏପରି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ, ଅପରାଧୀ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଗତ ୧୭ ମାସରେ ୨୮ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବେଳେ ରାଜ୍ୟ ମହିଳା ଆୟୋଗଙ୍କ ଦାୟିତ୍ବହୀନ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଲେ, ଧଉଳି ଗଣବଳାତ୍କାର ଘଟଣା ଭଳି ଜଘନ୍ୟ ଅପରାଧ ଏବେ ସାଧାରଣ କଥା ହେଲାଣି। ମା’ମାନେ ଝିଅମାନଙ୍କୁ ଏପରି ଜାଗାକୁ ଛାଡ଼ିବା ଉଚିତ୍ ନୁହେଁ ଓ ଝିଅମାନେ ନିଜ ସୁରକ୍ଷା କଥା ନିଜେ ଚିନ୍ତା କରିବା କଥା ବୋଲି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ମନ୍ତବ୍ୟ ଦେଉଛନ୍ତି। ଏହାର ଅର୍ଥ ସରକାର ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅସମର୍ଥ ବୋଲି ସେ ସ୍ୱୀକାର କରିଛନ୍ତି। ରାଜ୍ୟର ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ, ତେଣୁ ସରକାର ଗାଦି ଛାଡ଼ନ୍ତୁ। ସେ କହିଛନ୍ତି, ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ସଙ୍ଗୀନ ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି। ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିଲା ବେଳେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯିବା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗ ପଣିଆକୁ ପଦାରେ ପକାଉଛି ବୋଲି ସେ କହିଛନ୍ତି।

  • Related Posts

    ଟିମ୍‌ସିର ଜଙ୍ଗଲ ରାଜର ଅନ୍ତ ଆରମ୍ଭ : ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟିଏମସିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୀପ ଲିଭିବା ପୂର୍ବରୁ ଫଡଫଡ ହେଉଛି । ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ ରାଜ୍ୟରେ ଟିଏମସିର ଜଙ୍ଗଲ ରାଜର…

    Continue reading
    ବେଙ୍ଗଲର ୧୫୨ ଆସନରୁ ବିଜେପି ଜିତିବ: ଅମିତ ଶାହ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ୟ୍ୟାୟ ଭୋଟିଂ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ବେଙ୍ଗଲରେ ହୋଇଛି ରେକର୍ଡ ମତଦାନ। ରେକର୍ଡ ଭୋଟିଂ ହାରକୁ ଦେଖି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର