
ଭୁବନେଶ୍ବର :ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ମାଆଙ୍କ ମହା ଅଷ୍ଟମୀ ପୂଜା। ଏନେଇ ଉଭୟ ମଣ୍ଡପ ଓ ଶକ୍ତିପୀଠରେ ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ମା’ଙ୍କ ଦର୍ଶନ ପାଇଁ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି।
ସେହିଭଳି ମଣ୍ଡପରେ ମଧ୍ୟ ଭକ୍ତଙ୍କ ଗହଳି ଚହଳି ବଢିବାରେ ଲାଗିଛି। ରାଜଧାନୀ ଭୁବନେଶ୍ବର ସହ କଟକରେ ସୁଉଚ୍ଚ ତୋରଣ ଓ ଲାଇଟ୍ ଦର୍ଶକଙ୍କ ମନମୋହୁଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।







