ରାଉରକେଲା,16।09: ଝାଡ଼ଖଣ୍ଡରେ ସୁରକ୍ଷାବାହିନୀ ଓ ପୁଲିସର ମିଳିତ ଅପରେସନ୍ରେ ସୋମବାର ଯବାନ-ମାଓବାଦୀ ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ମାଓନେତା ତଥା ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ସହଦେବ ସୋରେନ ଓରଫ୍ ପ୍ରବେଶ ଓରଫ୍ ନିର୍ଭୟ ସହ ତିନିଜଣ ନିହତ ହୋଇଛନ୍ତି। ଅନ୍ୟ ଦୁଇଜଣ ହେଲେ ଏସ୍ଏସି ସଦସ୍ୟ ରଘୁନାଥ ହେମ୍ବ୍ରମ୍ ଓରଫ୍ ଚଞ୍ଚଳ ଓ ଜୋନାଲ୍ କମାଣ୍ଡର ବୀରସେନ ଗଞ୍ଜୁ। ସହଦେବ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର ୧ କୋଟି, ଚଞ୍ଚଳ ପାଇଁ ୨୫ ଲକ୍ଷ ଓ ବୀରସେନ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ପୁଲିସ ତିନୋଟି ଏକେ-୪୭ ସ୍ବୟଂଚାଳିତ ରାଇଫଲ୍ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି। ଗୁଳି ବିନିମୟରେ ସିଆରପିଏଫ୍ର ତିନିଜଣ କୋବ୍ରା ମଧ୍ୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର
ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…




