ମାଛ ଓ କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର

୪୭୫୮ କୋଟିର ଯୋଜନାକୁ ମୋହର

ଗୋମାତା : ୩ ବର୍ଷରେ ଖର୍ଚ୍ଚ ହେବ ୩୪୨ କୋଟି

କୁକୁଟ୍ଟ ଉନ୍ନୟନ : ୫ ବର୍ଷରେ ୧୦୩୧ କୋଟି ବ୍ୟୟ

ମତ୍ସ୍ୟଜୀବୀ କଲ୍ୟାଣ : ୫ ବର୍ଷରେ ଖର୍ଚ୍ଚ ହେବ ୨୨୩୯ କୋଟି

ମତ୍ସ୍ୟ ଭିତ୍ତିଭୂମି ବିକାଶ : ୩ ବର୍ଷ ପାଇଁ ୬୯୬ କୋଟି

ପ୍ରାଣୀ ଭିତ୍ତିଭୂମି ବିକାଶ : ୩ ବର୍ଷରେ ଖର୍ଚ୍ଚ ହେବ ୪୫୦ କୋଟି

 

ଭୁବନେଶ୍ୱର : ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ କ୍ୟାବିନେଟରେ ୫ ଯୋଜନା ଉପରେ ମୋହର ଲାଗିଛି । ଏହିସବୁ ଯୋଜନାରେ ୪୭୫୮ କୋଟି ୭୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

 

ନୂତନ ରାଜ୍ୟ ଯୋଜନା ‘ଗୋମାତା’କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଆସନ୍ତା ୩ ବର୍ଷ ପାଇଁ ୩୪୨ କୋଟି ୬୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ବାର୍ଷିକ ଅଢେ଼ଇ କୋଟି ଟୀକାକରଣ ଏବଂ ବାର୍ଷିକ ୧ କୋଟି ୩୦ ଲକ୍ଷ ପ୍ରାଣୀଧନର ଚିକିତ୍ସା କରାଯାଇପାରିବ ।

 

ସେହିପରି ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ ବର୍ଷରେ ୧୦୩୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାରେ ୩ ଲକ୍ଷ ୭୩ ହଜାର ୯୨୮ ଚାଷୀ ଓ ମହିଳା ଏସଏଚଜି ଉପକୃତ ହେବେ । ଏହାଦ୍ୱାରା ଅତିରିକ୍ତ ଭାବେ ବାର୍ଷିକ ୯୫.୫୮ ଟିଏମଟି କୁକୁଡ଼ା ମାଂସ ଓ ଦୈନିକ ପ୍ରାୟ ୫.୫ ଲକ୍ଷ ଅଣ୍ଡା ଉତ୍ପାଦିତ ହେବ ।

 

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୧୭ଟି ଉପଯୋଜନାରେ ୨୨୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ୬ ଲକ୍ଷ ୬୭ ହଜାର ମତ୍ସ୍ୟଜୀବୀ ଓ ୭ ଲକ୍ଷ ୩୨ ହଜାର ୫୦୦ ଏସଏଚଜି ସଦସ୍ୟା ଉପକୃତ ହେବେ ।

 

ମତ୍ସ୍ୟଚାଷ ସମ୍ବନ୍ଧୀୟ ରାଜ୍ୟ ଯୋଜନା ‘ଭିତ୍ତିଭୂମି ବିକାଶ’କୁ କ୍ୟାବିନେଟରେ ମୋହର ଲାଗିଛି । ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ଉକ୍ତ ଯୋଜନାରେ ୬୯୬ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ୩୧ଟି ମାଛ ବଜାର, ୫୮ଟି ମାଛ ବନ୍ଦର/ମାଛ ଅବତରଣ କେନ୍ଦ୍ର ଓ ଜେଟି, ୧୪୨ଟି ମାଛ ଫାର୍ମ, ୨୬୬ଟି ସରକାରୀ ଅଫିସ ଗୃହ ଓ ୧୨୨ଟି ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଏବଂ ନବୀକରଣ ପାଇଁ ଲକ୍ଷ୍ୟ ରହିଛି । ଏହାଦ୍ୱାରା ୧୬ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ ।

 

  • ଏତଦବ୍ୟତୀତ ପ୍ରାଣୀସମ୍ପଦ କ୍ଷେତ୍ରରେ ରାଜ୍ୟ ଯୋଜନା ‘ଭିତ୍ତିଭୂମି ବିକାଶ’କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ୪୪୯ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହି ଯୋଜନାରେ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରାଣୀ ସେବା ଅନୁଷ୍ଠାନଗୁଡ଼ିକର ନୂତନ ନିର୍ମାଣ, ମରାମତି ଓ ନବୀକରଣ କାର୍ଯ୍ୟ କରାଯିବ  ।
  • Related Posts

    ଶୋଇଥିବା ବେଳେ ହାତୀ ଆକ୍ରମଣ, ୪ ଗୁରୁତର

    ବଲାଙ୍ଗୀର :ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ। ଗୋଟିଏ ପରିବାରର ୪ ଗୁରୁତର। ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ସରଗୁଲ ଗାଁରେ ହାତୀ ଆତଙ୍କ। ରାତିରେ ଶୋଇଥିବା ବେଳେ ଗାଁରେ ପଶିଥିଲେ ୧୫ ଟିକିଆ ହାତୀ ପଲ। ଆକ୍ରମଣରେ ଗାଁର ଲିଙ୍ଗରାଜ…

    Continue reading
    ସ୍କୁଲ ପ୍ରବେଶ ଫାଟକ ଭୁଶୁଡ଼ି ଦୁଇ ଛାତ୍ର ଆହତ

    ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ ହୋଇଛନ୍ତି। ଦୁଇ ଛାତ୍ର ସତ୍ୟ ଖିଲ (୭) ଓ କାମେଶ ଖିଲ (୮)ଙ୍କୁ ନନ୍ଦପୁର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ