ଭୁବନେଶ୍ବର: ମେ’ ଦ୍ବିତୀୟ ସପ୍ତାହରେବଙ୍ଗୋପସାଗରରେ ବାତ୍ୟା ଆସିପାରେ। ଆସନ୍ତା ୬ ତାରିଖ ବେଳକୁ ଏ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ସେପଟେ କାଳବୈଶାଖୀ ପ୍ରଭାବ ଲାଗି ରହିଥିବାରୁ ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ହ୍ରାସ ପାଇବା ସହ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନର ପାଣିପାଗ ମଡେଲ୍ ଅନୁସାରେ ବଙ୍ଗୋପସାଗରରେ ଏକ ସକ୍ରିୟ ପରିବେଶ ସୃଷ୍ଟି ହେଉଛି। ଏହି ସମୟରେ ସମୁଦ୍ର ପୃଷ୍ଠର ତାପମାତ୍ରା (ଏସ୍ଏସ୍ଟି) ପ୍ରାୟ ୩୦ରୁ ୩୧ ଡିଗ୍ରି ରହୁଥିବାରୁ ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ। ଜିଏଫ୍ଏସ୍ ଏକ ଶକ୍ତିଶାଳୀ ବାତ୍ୟାର ଚିତ୍ର ଦେଖାଉଛି। ଏହାର ପ୍ରମୁଖ କାରଣ ହେଉଛି ଏମ୍ଜେଓ (ମାଡେନ୍-ଜୁଲିଆନ୍ ଓସିଲେସନ୍)ର ପ୍ରଭାବ ଫେଜ୍-୩ରେ ଭାରତ ମହାସାଗରରେ ଅଧିକ ସକ୍ରିୟ ରହିବ, ଯାହାକି ବାୟୁମଣ୍ଡଳକୁ ଅଧିକ ଶକ୍ତି ପ୍ରଦାନ କରିବ।
ଅନ୍ୟପକ୍ଷରେ ଆସନ୍ତା ୩ରୁ ୫ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ମେ’ ୩ ଓ ୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳଗଜପତି ଓ ରାୟଗଡ଼ାରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି, ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ଏହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଦିନ ସମୟରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ାରେ ୪୧.୧, ଭବାନୀପାଟଣାରେ ୪୦.୫, ଟିଟିଲାଗଡ଼ରେ ୪୦.୨, ବରଗଡ଼, ମାଲକାନଗିରି ଓ ତାଳଚେରରେ ୪୦ ଡିଗ୍ରି ରହିଥିଲା।
ଆସନ୍ତାକାଲି ଏହି ଜିଲ୍ଲାରେ ହେବ ପ୍ରବଳ କୁଆପଥର ମାଡ଼ !
ଭୁବନେଶ୍ୱର:ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡ଼ାରେ ପ୍ରବଳ କୁଆପଥର ମାଡ଼ ହେବବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦…
