‘କାଙ୍ଗୁଲା’ ଭଳି ଚଳଚ୍ଚିତ୍ର ସମାଜର ଆସ୍ଥା ଓ ଶ୍ରଦ୍ଧାକୁ ବଜାୟ ରଖିବ : ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’ର ଟ୍ରେଲର ଦେଖିବା ସହ ଏହାର ପ୍ରଶଂସା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୋଳର ପ୍ରସିଦ୍ଧ ‘କାଙ୍ଗୁଲା’ ଗ୍ରାମର ଦଣ୍ଡୁଆ ଦଳର ଜୀବନଶୈଳୀ ଓ ଆଧ୍ୟାତ୍ମିକ ବିଶ୍ୱାସକୁ ନେଇ ନିର୍ମିତ ଏହି ସିନେମା ଓଡ଼ିଆ ସଂସ୍କୃତିର ଏକ ନିଚ୍ଛକ ପ୍ରତିଛବି । ସେ ଆହୁରି କହିଛନ୍ତି, ଓଡ଼ିଆ ସିନେମା କେବଳ ମନୋରଞ୍ଜନ ନୁହେଁ, ଏହା ଏକ ସାମାଜିକ ବାର୍ତ୍ତା ଓ ଆନ୍ଦୋଳନ । ‘କାଙ୍ଗୁଲା’ ଭଳି ଚଳଚ୍ଚିତ୍ର ଆମ ସମାଜର ଆସ୍ଥା ଓ ଶ୍ରଦ୍ଧାକୁ ବଜାୟ ରଖିବାରେ ସହାୟକ ହେବ । ଓଡ଼ିଶାର ପାରମ୍ପରିକ ‘ଦଣ୍ଡ ନାଚ’ ଏବଂ ମାଆ କାଳୀଙ୍କ ମହିମା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ମାଟିର ମୌଳିକ କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଥିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଚଳଚ୍ଚିତ୍ରର ମୁଖ୍ୟ କଳାକାର ସମ୍ବିତ ଆଚାର୍ଯ୍ୟ, ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

  • Related Posts

    ଇଲେକ୍ଟ୍ରିକ୍ ଯାନ ନୀତିର ଅବଧି ବଢ଼ିଲା ଆଉ ୩ ମାସ

    ଭୁବନେଶ୍ୱର: ପେଟ୍ରୋଲ୍ ଡିଜେଲ୍‌ରୁ ଇଲେକ୍ଟ୍ରିକ୍ ମୋବିଲିଟି ଆଡ଼କୁ ଓଡ଼ିଶାର ଗତି ଦିନକୁ ଦିନ ବଢିଚାଲିଛି । ତା’ରି ଭିତରେ “ଇଭି-ପଲିସି -୨୦୨୧” କୁ ଆଉ ୩ ମାସର ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧, ୨୦୨୬ ଯାଏଁ…

    Continue reading
    ପାଇପ ଜଳଯୋଗାଣ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା ବୈଠକ

    ଭୁବନେଶ୍ୱର: ଖୋରଧା ଜିଲ୍ଲା ତଥା ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ