
ରାଇକିଆ: ରାଇକିଆ ବ୍ଲକର ମାଣିକେଶ୍ବର ପଞ୍ଚାୟତ ସଭା ଗୃହ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ ଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା.ଜନଶୁଣାଣୀରେ ମୋଟ ୧୫ଟି ଅଭିଯୋଗ ରୁ ୧୩ ଗୋଟି ସାମୁହିକ ଏବଂ ୨ ଟି ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ଗ୍ରାମବାସୀମାନେ ରାସ୍ତା ନିର୍ମାଣ ,ପାନୀୟ ଜଳ, ବିଷୟରେ ଅଭିଯୋଗ ଉଠାଇଥିଲେ। ଶ୍ରୀ ସାହୁ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଯାଞ୍ଚ କରି ଶୀଘ୍ର ପଦକ୍ଷେପ ନେବାର ଆଶ୍ୱାସନ ଦେଇଥିଲେ.ଏହି ଅବସରରେ ମାଣିକେଶ୍ୱର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝୁଲି ପ୍ରଧାନ,ନାୟବ ସରପଞ୍ଚ ସୁଧାକର ପ୍ରଧାନ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବାଜୀ ରାଜ ପ୍ରଧାନ,ଏ ଡି ଓ ଶାନ୍ତିପ୍ରିୟା ସାସମଲ ,ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ,ଏଇଇ ବଣ୍ଟି କୁମାର ଚୌଧୁରୀ,ବିଏସଏସଓ ରାମକୃଷ୍ଣ ବେହେରା, ଯୋଗାଣ ଅଧିକାରୀ କିରଣ କୁମାର ବେହେରା, ଓଏଲଏମ ଜୟଦେବ ପ୍ରଧାନ ସମେତ ବ୍ଲକ ର ସମସ୍ତ ଅଧିକାରୀ ଏବଂ ପଂଚାୟତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


