ମାନସ ମଙ୍ଗରାଜ ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକ । ଉଭୟଙ୍କ ଚୟନକୁ ଅନୁମୋଦନ ଦେବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏହି ଚିଠି ଲେଖିଛନ୍ତି ।

ପ୍ରକାଶ ଯେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କ ବିଜେଡିର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେବା ପରେ କିଏ ହେବ ନୂଆ ନେତା ସେ ନେଇ ସ୍ପଷ୍ଟ ହେବା ବଦଳରେ ଦିନକୁ ଦିନ ସସପେନ୍ସ ଆହୁରି ବଢ଼ିଚାଲିଥିଲା । ସବୁଠି ସଂତୃପ୍ତ ମିଶ୍ର ବିଜେଡିର ନୂଆ ସଂସଦୀୟ ଦଳ ନେତା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶ୍ରୀ ମିଶ୍ର କହିଥିଲେ ମୋର ସଂସଦୀୟ ଦଳର ନେତା ହେବା ପାଇଁ ଦକ୍ଷତା ନାହିଁ । କିଏ ଦାୟୀତ୍ୱ ନେବ ତାହା ଦଳ ସଭାପତି ନିଷ୍ପତି ନେବେ ବୋଲି କହିଥିଲେ ।

  • Related Posts

    ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ବୈଠକ

    ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ସଂଗଠନ କିପରି ମଜବୁତ୍ ହେବ।…

    Continue reading
    ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ: ରାମକୃଷ୍ଣ ଦାସମହାପାତ୍ର

    କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଜିତି ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଏହି ଭବିଷ୍ୟବାଣୀ କରିଛନ୍ତି ପୁରୀର ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀ ଦାସମହାପାତ୍ର କହିଛନ୍ତି, ପ୍ରଭୁ ଜଗନ୍ନାଥ ମମତା ବାନାର୍ଜୀଙ୍କୁ ତାଙ୍କର ବିଶେଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ