ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ବୁଧବାର ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦିଆଯାଇଥିବା ଏକ କଥିତ ଆପତ୍ତିଜନକ ଟିପ୍ପଣୀ ସହ ଜଡିତ । ରାହୁଲ ଗାନ୍ଧୀ ବୁଧବାର ସକାଳ ପ୍ରାୟ ୧୦.୫୫ ସମୟରେ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ନ୍ୟାୟିକ ମାଜିଷ୍ଟ୍ରେଟ ସୁପ୍ରିୟା ରାଣୀ ତିଗ୍ଗାଙ୍କ ଅଦାଲତ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ଏହି ଜାମିନ ସର୍ତ୍ତମୂଳକ ଭାବେ ଦିଆଯାଇଛି ଯେ ସେ ମାମଲାର ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିବେ ।

୨୦୧୮ ମସିହାରେ ଚାଇବାସାରେ ଏକ ରାଲି ସମୟରେ ରାହୁଲ ଗାନ୍ଧୀ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ସେ କହିଥିଲେ ଯେ କଂଗ୍ରେସରେ କୌଣସି “ହତ୍ୟାକାରୀ” ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବ ନାହିଁ, ଏହା କେବଳ ବିଜେପିରେ ସମ୍ଭବ । ଏହି ବୟାନକୁ ନେଇ ସ୍ଥାନୀୟ ବିଜେପି ନେତା ପ୍ରତାପ କଟିୟାର ୨୦୧୮ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ଦାୟର କରିଥିଲେ ।

  • Related Posts

    ଭାରତ ଉପରେ ଆମେରିକାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି

    ୱାସିଂଟନ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ…

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଭୁବନେଶ୍ବର : ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ହେବ । ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଆବଶ୍ୟକ ପଡିବ । ଏଥିରେ…

    Leave a Reply

    Your email address will not be published. Required fields are marked *

    You Missed

    ବିହାରରେ ୬୫ ଲକ୍ଷ ଭୋଟର ବାଦ୍‌ ପ୍ରସଙ୍ଗରେ ନିର୍ବାଚନ କମିସନ୍‌ଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

    ପୂର୍ବତନ ଉପବାଚସ୍ପତି ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

    ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

    ଏସିଆ କପ୍‌ : ଚଳିତମାସ ୩ୟ ସପ୍ତାହରେ ଭାରତୀୟ ଦଳ ଘୋଷଣା

    ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇଙ୍କୁ ବଦଳି

    ଭାରତ ଉପରେ ଆମେରିକାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି