
ଭୁବନେଶ୍ବର: ଭୁବନେଶ୍ବର ବାଲିପାଟଣାରେ ଦୀପ୍ତି ମହାପାତ୍ର ଗୁଳିକାଣ୍ଡ ମାମଲାରେ ନୂଆ ଟ୍ଵିଷ୍ଟ । ନିଜେ ନିଜକୁ ଗୁଳି କରିଥିଲା ଦୀପ୍ତି । ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି ରଚିଥିବା ଷଡ଼ଯନ୍ତ୍ରର ପର୍ଦାଫାସ କରିଛି ପୁଲିସ ଓ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀଙ୍କୁ ଫସାଇବାକୁ କରିଥିଲା ବଡ଼ ଯୋଜନା ଓ ପୀଡିତାଙ୍କ ଘର ସମ୍ମୁଖରେ ଛିଡା ହୋଇ ନିଜ ହାତକୁ ନିଜେ ଗୁଳି ମାରିଥିଲା ଓ ତଦନ୍ତ ପରେ ସାମ୍ନାକୁ ଆସିଲା ସତ । ଦୀପ୍ତି ଏବେ ହସ୍ପିଟାଲରେ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାକୁ ଗିରଫ କରାଯିବ ।




