‘ମେହେରମୁଣ୍ଡା’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ

ଭୁବନେଶ୍ୱର: GR Records ପ୍ରସ୍ତୁତ ‘ମେହେରମୁଣ୍ଡା’ – ଓଡ଼ିଶାର ବୁଣାକାର ସମୁଦାୟଙ୍କୁ ସମର୍ପିତ ଏକ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ଆଜି ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଓଡିଶା ଷ୍ଟେଟ କନଭେନସନ ସେଣ୍ଟର, ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ ସମୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ,ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ , ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ହସ୍ତଶିଳ୍ପ ନିର୍ଦ୍ଦେଶିକା ଡକ୍ଟର ନିବେଦିତା ପୃଷ୍ଟି, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରତାପ ଚନ୍ଦ୍ର ହୋତା, ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଓଏଫଡିସିର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ପଣ୍ଡା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅଧିକାରୀ, କର୍ମକର୍ତ୍ତା ଓ ମେହେରମୁଣ୍ଡା ଚଳଚ୍ଚିତ୍ରର କଳାକାରମାନେ ଉପସ୍ଥିତ ଥିଲେ ।
ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଚଳଚ୍ଚିତ୍ରର ପ୍ରଶଂସା କରି କହିଥିଲେ ଯେ ‘ମେହେରମୁଣ୍ଡା’ ଚଳଚ୍ଚିତ୍ରଟି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ,କଳା, ସଂସ୍କୃତିର ଅତି ଜୀବନ୍ତ ଓ ନିଖୁଣ ପ୍ରତିଫଳନ। ସିନେମାର ସୃଜନଶୀଳ କାହାଣୀ ଏବଂ ଉଚ୍ଚକୋଟୀର ନିର୍ଦ୍ଦେଶନା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଏକ ବଡ଼ ମାଧ୍ୟମ ସାଜିବ। GR Records ପ୍ରସ୍ତୁତ ‘ମେହେରମୁଣ୍ଡା’ ହେଉଛି ଓଡ଼ିଶାର ବୁଣାକାର ଜୀବନ, ସଂଘର୍ଷ ଓ ସଫଳତାକୁ ଆଧାର କରି ନିର୍ମିତ ଏକ ଓଡ଼ିଆ ଚଳଚ୍ଚିତ୍ର । କୋଭିଡ୍–୧୯ ପରେ ଆର୍ଥିକ ସଙ୍କଟ ସତ୍ତ୍ୱେ ମଧ୍ୟ ସେମାନେ ନିଜର ପାରମ୍ପରିକ କଳା ଓ ସଂସ୍କୃତିକୁ ବଜାୟ ରଖି, ଅନଲାଇନ୍ ବ୍ୟବସାୟ ମାଧ୍ୟମରେ ନିଜ ପରିଚୟକୁ ଆହୁରି ସୁଦୃଢ଼ କରିଥିବା କାହାଣୀକୁ ଏହି ଚଳଚ୍ଚିତ୍ରରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଥିଲେ ଯେ ମେହେରମୁଣ୍ଡା ଚଳଚ୍ଚିତ୍ର ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ସ୍ପର୍ଶ କରିବା ସହ ଓଡିଶା ବାସୀଙ୍କଚିନ୍ତାଧାରାକୁ ସୁଦୃଢ କରିବାରେ ସକ୍ଷମ ହୋଇ ପାରିଛି ।ସେହିପରି ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ଆମ ମାଟିର କଳା ଓ କାରିଗରମାନଙ୍କ ଅନ୍ତର୍ନିହିତ ଭାବନାକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି, ଯାହା ପ୍ରତ୍ୟେକ ଦର୍ଶକଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିବ। ମେହେରମୁଣ୍ଡା କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଓଡ଼ିଶାର ବୁଣାକାର ସମୁଦାୟଙ୍କ ସଂଘର୍ଷ, ସୃଜନଶୀଳତା ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ସାର୍ଥକ ପ୍ରୟାସ। ଆଜିର ଏହି ଚଳଚ୍ଚିତ୍ର ବୁଣାକାର ଭାଇ ଓ ଭଉଣୀମାନଙ୍କୁ ସମର୍ପିତ। ଏପରିକି ଏହି ଚଳଚ୍ଚିତ୍ର ଓଡ଼ିଆ ଅସ୍ମିତାର ପରିଚୟ ।ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡିଶାର ହସ୍ତତନ୍ତ ଐତିହ୍ୟ, ବୁଣାକାର ସମୁଦାୟଙ୍କ ସଂଘର୍ଷ ଓ ସେମାନଙ୍କ ଅବଦାନକୁ ସମାଜ ସମ୍ମୁଖରେ ଆଣିବା ସହ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ହସ୍ତତନ୍ତ ପରମ୍ପରାକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଏକ ସଫଳ ପ୍ରୟାସ କରାଯାଇଛି ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ରାକେଶ କୁମାର ପାଢ଼ୀ କହିଛନ୍ତି ।ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ସମୟରେ ଓଡିଶାର କଳା, ସଂସ୍କୃତି, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ପ୍ରୋତ୍ସାହନ ନିମନ୍ତେ ଉତ୍କଳିକା, ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟର ଷ୍ଟଲ ଲାଗିଥିଲା ଯାହାକୁ ଅତିଥିମାନେ ବୁଲି ଦେଖିବା ସହ ଓଡିଶାର ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ପ୍ରଶଂସା କରିଥିଲେ ।

ଏହି ଚଳଚ୍ଚିତ୍ରରେ ଜ୍ୟୋତି ରଞ୍ଜନ ନାୟକ, ରାକେଶ କୁମାର ପାଢ଼ୀ, ସୁଶାନ୍ତ ଦାସ ମହାପାତ୍ର ଏବଂ ଆର୍ଲିନ୍ ଅଙ୍କିତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଯୋଗ୍ୟ ଯେ ଚଳଚ୍ଚିତ୍ରଟିର ସାମାଜିକ ବାର୍ତ୍ତା ଓ ନିର୍ମାଣ ଗୁଣବତ୍ତା ପାଇଁ ୩ଟି ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛି। ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତତନ୍ତ ପରମ୍ପରା ପ୍ରତି ସଚେତନତା ସୃଷ୍ଟି ପାଇଁ ଚଳଚ୍ଚିତ୍ରଟିର ସ୍କ୍ରିନିଂ ଆୟୋଜନ କରାଯାଇଛି। ଓଡ଼ିଶାର ହସ୍ତତନ୍ତ ଐତିହ୍ୟର ପ୍ରଚାର ଓ ସଂରକ୍ଷଣରେ ଚଳଚ୍ଚିତ୍ରଟିର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୯ ଜୁନ୍ ୨୦୨୬ରେ ଓଡ଼ିଶା ସରକାର ‘ମେହେରମୁଣ୍ଡା’କୁ କରମୁକ୍ତ (Tax Free) ଘୋଷଣା କରିଛନ୍ତି। ଏହା ପୂର୍ବରୁ ୮ ଅଗଷ୍ଟ ୨୦୨୫ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରାୟ ୧,୫୦୦ ଜଣ ବୁଣାକାରଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚଳଚ୍ଚିତ୍ରର ଟ୍ରେଲର ଉନ୍ମୋଚନ କରାଯାଇଥିଲା।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ