ଭୁବନେଶ୍ବର,21।12: ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର, ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା। କେବେ ଆଉ ଚେତିବ ବିଜେପି ସରକାର? ଦିନଦ୍ଵିପହରେ ପୁଣି ଜଣେ ନାବାଳିକା ଭୁବନେଶ୍ୱରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ। କୁଆଡ଼େ ଯାଇଛି ଆଇନଶୃଙ୍ଖଳା? ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ? ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି। ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କଲେଣି। ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି। ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏଭଳି ଚିନ୍ତାପ୍ରକାଶ କରିବା ସହ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ମହାକାଳପଡ଼ା ଥାନାରେ NHRC ଟିମ୍
କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ…








