ଭୁବନେଶ୍ବର,21।12:ରାୟଗଡ଼ାର ଟାଣୁଆ ନେତା ଏନ ଭାସ୍କର ରାଓ ବିଜେପିରେ ସାମିଲ୍ ହେବେ । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ରାୟଗଡ଼ା ସହ ଅବିଭକ୍ତ କୋରାପୁଟରେ ପ୍ରଭାବ ବିସ୍ତାର କରି ଆସୁଛନ୍ତି । ଗତ ନିର୍ବାଚନରେ ତାଙ୍କ ପାଇଁ ରାୟଗଡ଼ା ବିଜେଡ଼ି ଶୂନ୍ୟ ହୋଇଗଲା ବୋଲି କୁହାଯାଉଛି । ରାଜ୍ୟସଭା ସାଂସଦ ଥିବା ଭାସ୍କର ରାଓ ବିଜୁ ଜନତା ଦଳ ଛାଡ଼ି ନୂଆ ଦଳ ଗଢ଼ିବା ନେଇ ସଂକେତ ଦେଇଥିଲେ । ବିଜୁ ସ୍ୱାଭିମାନ ମଞ୍ଚ ନାମରେ ସେ ଏକ ରାଜନୈତିକ ସଂଗଠନ ଗଢ଼ିଥିଲେ । କିନ୍ତୁ ସେଥିରେ ଭବିଷ୍ୟତ ନଥିବା ଭାସ୍କର ଅନୁଭବ କରିଛନ୍ତି । ତେଣୁ ବିଜେପିରେ ଯୋଗଦେଇ ଅବିଭକ୍ତ କୋରାପୁଟରେ ସେ ଦଳକୁ ମଜବୁତ କରିବା ପାଇଁ ରଣନୀତି କରିଛନ୍ତି ।
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼
ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…







