ଯାଜପୁରର 31 ପଞ୍ଚାୟତର 25 ହଜାର ଲୋକ ବନ୍ୟାରେ ପ୍ରଭାବିତ

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି । ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଜିଲ୍ଲାର ତିନିଟି ବ୍ଲକ ଯାଜପୁର, କୋରେଇ, ଦଶରଥପୁର ସର୍ବାଧିକ ପ୍ରଭାବିତ ହୋଇଛି । ଏନେଇ ଜିଲ୍ଲାପାଳ ଅମ୍ବର କୁମାର କର ଅଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି । ବନ୍ୟା ସ୍ଥିତି ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଅବକାରୀ ବିଭାଗ କମିଶନର ପି. ଅନ୍ୱେଷା ରେଡ୍ଡୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।

ଦୁର୍ବଳ ଏବଂ ଜଳମଗ୍ନ ଥିବା ବ୍ରିଜରେ ଭାରିଯାନ ଚଳାଚଳ ଓ ଯାତାୟାତ ବନ୍ଦ କରିବାକୁ ପି. ଅନ୍ୱେଷା ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକୀୟ ଔଷଧ କିଟ୍ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ଛାଡ଼ିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ବ୍ଲକର କସପା, ମଲିକାପୁର, ତାରପଡ଼ା, କୟାଁ, କମାରଡିହ ପଞ୍ଚାୟତର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଖାନନଗର, ସୁସୁଆ, ନିଜାମପୁର, ଦୁଦୁରାନ୍ତ, ଦତ୍ତପୁର ପଞ୍ଚାୟତର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ବାଇଁଙ୍କୁ ଛଞ୍ଚିନା, କଟିକଟା, ଜୟନ୍ତରା, ମଙ୍ଗଳପୁର ଓ ବିରିପଟା ଗ୍ରାମ ପଞ୍ଚାୟତର ଦାୟିତ୍ବ ଦିଆଯାଇଛି ।

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀଙ୍କୁ ପାଲଟପୁର, ଜାଫରପୁର, ଥାଲକୁଡ଼ି ଓ କନିକାପଡ଼ା ଏବଂ ଦଶରଥପୁର ଗ୍ରାମ ପଞ୍ଚାୟତର ବନ୍ୟା ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଲମ୍ବୋଦର ଖୁଣ୍ଟିଆଙ୍କୁ ନିୟୋଜିତ କରାଯାଇଛି।

ଦଶରଥପୁର ବ୍ଲକରେ ୧୨ ଟି ପଞ୍ଚାୟତର ୨୯ ରାଜସ୍ବ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ଯାଜପୁର ବ୍ଲକରେ ୧୩ଟି ପଞ୍ଚାୟତ ଓ ୭୩ଟି ଗ୍ରାମ ପ୍ରଭାବିତ ହୋଇଛି । କୋରେଇ ବ୍ଲକରେ ୬ ଟି ପଞ୍ଚାୟତର ୨୦ ଟି ଗ୍ରାମ ପ୍ରଭାବିତ ହୋଇଛି । ୨୫, ୧୯୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧,୫୬୫ ଜଣଙ୍କୁ ୩୭ ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ୧୮ଟି ରିଲିଫ ସେଣ୍ଟରରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ସମୁଦାୟ ୭୫୯୬ ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ, ୧୧,୪୯୭ ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟାରେ ଜଳମଗ୍ନ ହୋଇଛି । ବନ୍ୟା ବିପନ୍ନଙ୍କ ପାଇଁ ୧୦ଟି ବ୍ଲକ୍ ଓ ବ୍ୟାସନଗର ମ୍ୟୁନସିପାଲିଟିରେ ସମୁଦାୟ ୪୦୪ କ୍ୱିଣ୍ଟାଲ୍ ଚୁଡ଼ା ଓ ୧୯୪ କ୍ୱିଣ୍ଟାଲ୍ ଗୁଡ ମହଜୁଦ ରଖାଯାଇଛି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ