ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଜକେଇକଲା ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ୪୦ ବର୍ଷୀୟ ଧରଣୀଧର ପାତ୍ର ବୋଲି ଜଣାପଡିଛି। ଶନିବାର ରାତିରେ ଧରଣୀ ଘରୁ କେଉଁଆଡେ ବାହାରକୁ ଯାଉଥିଲେ । ଏତିକିବେଳେ ଏକ ଦନ୍ତା ହାତୀ ତାଙ୍କୁ ଟାଣି ନେଇ କଚାଡି ଦେଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଠେଲାପେଲା କରିବା ସହ ବନ କର୍ମଚାରୀ ଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ମାଡ ମାରିଥିବା ଦେଖିବାକୁ ମିଳିଛି। ଏପରିକି କିଛି ଉତ୍ତ୍ୟକ୍ତ ମହିଳା ଡିଏଫଓଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








