
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍। ଶରୀରର ବାମ ପଟେ ଚଢ଼ି ଯିବାରୁ ହାତ ଏବଂ କାନ୍ଧ ହାଡ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପରିସ୍ଥିତି ଅଣ ଆୟତ୍ତ ହେବାରୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି।
ଶନିବାର ସକାଳେ ଯୁବତୀ ଜଣକ ରାସ୍ତାକଡ଼ରେ ଛିଡା ହୋଇଥିବା ବେଳେ ଦ୍ରୁତ ଗତି ଆସି ମୋ ବସ୍ ଚଢ଼ିଯାଇଥିଲା। ମର୍ମନ୍ତୁଦ ଦୁର୍ଘଟଣାରେ ଯୁବତୀଙ୍କୁ ବାମ ଶରୀର ହାତ ଏବଂ କାନ୍ଧ ହାଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟଲୋକଙ୍କ ପକ୍ଷରୁ କ୍ଷତିପୂରଣ ଏବଂ କାର୍ୟ୍ୟାନୁଷ୍ଠାନ ଦାବିରେ ଅଡିବସିଛନ୍ତି। ସେହି ବାଟ ଦେଇ ଯାଉଥିବା ୨୦ରୁ ଅଧିକ ମୋ ବସ୍ ଗୁଡ଼ିକୁ ମଧ୍ୟ ଅଟକ ରଖିଛନ୍ତି।



