ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା :ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମଗାଯାଇଥିବା ତଥ୍ୟରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ ନାମ କଟାଯିବ ।
ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ କାହିଁକି ବଞ୍ଚିତ ହେଲେ , ରାସନ କାର୍ଡ ଅଛିକି ନାହିଁ, kyc upadate ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଦରକାର ତାହା ତର୍ଜମା କରିବା ପାଇଁ ଆଜି ସାଢ଼େ ୧୨ଟା ରେ ବସିଛି ସମୀକ୍ଷା ବୈଠକ । ଏଥିପାଇଁ ସବୁ ବିଭାଗର ଅଧିକାରୀ ମାନଙ୍କୁ ଡକାଯାଇଛି । ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ ଦୁଇଟି ଯାକ କିସ୍ଥି କଟିଯାଇଛି ଏକାବେଳେ ସେମାନଙ୍କୁ ଦୁଇଟିଜକ କିସ୍ଥୀ ଦିଆଯିବ । ତେଣୁ ଏଭଳି ଅନେକ ଅଭିଯୋଗ କିଛିଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ବିଭାଗ ଏପରି ନିଷ୍ପତି ନେଇଛି । ଏଥିରେ ବିଚଳିତ ହେବାର କିଛି ନାହିଁ । ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ