ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର:ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ଗୋଠପାଟଣାସ୍ଥିତ ରାଜସ୍ଵ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ରୋଟି)ଠାରେ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ, ପ୍ରଶିକ୍ଷଣ ନେଉଥିବା ରାଜସ୍ଵ ଅଧିକାରୀଙ୍କୁ ଅବଗତ କରାଇ କହିଥିଲେ ଯେ, ସରକାର ଏମଏସଏମଇ କ୍ଷେତ୍ରକୁ ଅଧିକ ସଶକ୍ତ କରିବାପାଇଁ ଏମଏସଏମଇ ଉତ୍ପାଦଗୁଡ଼ିକୁ କ୍ରୟ କରିବା ପାଇଁ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଦୀର୍ଘକାଳୀନ ସୂତ୍ରରେ ଏମଏସଏମଇ ପ୍ରକଳ୍ପଗୁଡ଼ିକୁ ସୁଦୃଢ଼ କରାଯିବା ସହ ସ୍ଥାୟୀ ବଜାର ସୃଷ୍ଟି ହୋଇପାରିବ । ତେଣୁ ସରକାରୀ ସ୍ତରରେ ଆବଶ୍ୟକତା ଅନୁଯାୟୀ ସରକାରୀ ନିୟମ ଅନୁସାରେ ଏମଏସଏମଇ ଉତ୍ପାଦଗୁଡିକୁ କିପରି କ୍ରୟ କରାଯାଇପାରିବ ସେ ସଂପର୍କରେ ଅଧିକାରୀମାନେ ଦାୟିତ୍ୱସମ୍ପନ୍ନ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ ।ନିର୍ଦ୍ଦେଶାଳୟର ଯୁଗୁ ନିର୍ଦ୍ଦେଶକ ଶ୍ରୀ ପ୍ରଭାକର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ତୁଷାର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଖଦିବୋର୍ଡର ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଚନ୍ଦ୍ରହାସ୍ୟ ନାଏକ, ଖୋର୍ଦ୍ଧା ଡିଆଇସିର ସାଧାରଣ ପରିଚାଳକ ସମୁଚିତା ମଲ୍ଲିକ, ସହ ନିର୍ଦ୍ଦେଶକ ଶିଶିର୍ ରଞ୍ଜନ୍ ମିଶ୍ର, ରୋଟିର ଯୁଗ୍ମ ନିର୍ଦ୍ଦେଶକ ମନୋଜ ପାତ୍ର, ପ୍ରଶିକ୍ଷଣ ନେଉଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ, ରାମ୍ପ୍ ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା । ରାମ୍ପ୍ ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ୟ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ବିଶ୍ୱବ୍ୟାଙ୍କ ସମର୍ଥିତ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ୟ୍ୟକାରୀ ହେଉଥିବା ଏକ ଯୋଜନା ।

  • Related Posts

    ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ପାଇଁ ବଡ଼ ଆଶ୍ୱସ୍ତି: ‘କାରଣ ଦର୍ଶାଅ’ ପ୍ରକ୍ରିୟା ରଦ୍ଦ

    ଭୁବନେଶ୍ୱର ୬ ଅକ୍ଟୋବର, ୨୦୨୬ ରାଜ୍ୟ ସରକାରଙ୍କ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ଅନୁପାଳନ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛି ଇ.ଆର୍.ସି (ERC)।ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ (Teacher Education…

    Continue reading
    ନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ

    ଭୁବନେଶ୍ୱର, ୦୭/୧୦/୨୦୨୬: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ଦ୍ୱାରା ପୋଲିସ ଅଧିକାରୀମାନଙ୍କ ସହଯୋଗରେ ଅକ୍ଟୋବର ପହିଲାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ ଚାଲୁ ରହିଛି । ଏହି ଅଭିଯାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ