ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି

ନୂଆଦିଲ୍ଲୀ: ନିଜର ଅଶ୍ଳୀଳ ମନ୍ତବ୍ୟ ପାଇଁ ବିବାଦରେ ପଡିଥିବା ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଅଶ୍ଳୀଳ ମନ୍ତବ୍ୟ ପାଇଁ ଆହ୍ଳାବାଦିଆଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ଏପରି ଆଶଙ୍କାକୁ ନେଇ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ ତାଙ୍କୁ ଆଶ୍ବସ୍ତି ମିଳିଛି। ବିଚାରପତି ସୂର‌୍ୟ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ ଆହ୍ଲାବାଦିଆଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ୟୁଟ୍ୟୁବ୍‌ରେ ପ୍ରସାରିତ କ​‌େ​‌ମଡି ଧାରାବାହିକ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଅତିଥି ଭାବେ ଉପସ୍ଥିତ ରହି ଆହ୍ଲାବାଦିଆ ଦର୍ଶକଙ୍କୁ କେତେକ ଅଶ୍ଳୀଳ ପ୍ରଶ୍ନ କରିଥିଲେ। ଯାହା ସାଧାରଣ ସମାଜରେ ଅତ୍ୟନ୍ତ ନିନ୍ଦନୀୟ। ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିଥିବାବେଳେ ତାଙ୍କର ମନ୍ତବ୍ୟ ପାଇଁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ବାଧୀନ ମତବ୍ୟକ୍ତ ଅଧିକାର ନାମରେ ଜଣେ ସମାଜର ନୀତି ଆଦର୍ଶ ବିରୋଧରେ ନିଜ ଇଚ୍ଛାରେ ଯାହା କିଛି କହିପାରିବେ ନାହିଁ। ଆହ୍ଳାବାଦିଆଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ତୁମ ମନକୁ ଯାହା ଆସିଲା ତାହା କହିବା ଲାଗି ତୁମେ ଲାଇସେନ୍ସ ପାଇଛ କି? ନିଜର ପକ୍ଷ ରଖିବା ଲାଗି ତୁମେ କାହିଁକି ଗୁଆହାଟୀ ଯିବ ନାହିଁ? ୟୁଟ୍ୟୁବ୍ ଶୋ’ରେ ତୁମେ ଯାହା କହିଛ ତାହା ପିତାମାତା ଓ ପିଲାମାନଙ୍କୁ ଲଜ୍ଜିତ କରିଛି। ଜଣେ ନିଜକୁ ଲୋକପ୍ରିୟ ଚେହେରା ବୋଲି ଭାବି ଯାହା ଇଚ୍ଛା ତାହା କହିପାରିବ ନାହିଁ। କି ତାଙ୍କ କଥାକୁ ସମାଜ ଗ୍ରହଣ କରିନେବ ନାହିଁ। ସୁପ୍ରିମକୋର୍ଟ ଆହ୍ଲାବାଦିଆଙ୍କୁ କହିଛନ୍ତି ଯେ ତୁମ ମନରେ କିଛି ମଇଳା ରହିଛି ଯାହାକୁ ତୁମେ ବାହାର କରିବା ଦରକାର।
ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫରୁ ଆଶ୍ବସ୍ତି ଦେଇଥିବାବେଳେ ନିଜର ପାସପୋର୍ଟ ମହାରାଷ୍ଟ୍ରର ଥାଣେ ପୁଲିସ ନିକଟରେ ଜମା ଦେବାକୁ କହିଛନ୍ତି। ଏହା ସହିତ ତାଙ୍କୁ ଅଦାଲତଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ କହିଛନ୍ତି। ଅଶ୍ଳୀଳ ମନ୍ତବ୍ୟ ପରେ ଆହ୍ଲାବାଦିଆଙ୍କ ପରିବାରକୁ ବିଭିନ୍ନ ମହଲରୁ ହତ୍ୟା ଧମକ ମିଳୁଥିବାବେଳେ ଏଥିପାଇଁ ସେ ପୁଲିସ ଠାରୁ ସୁରକ୍ଷା ଲୋଡି ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଧାରାବାହିକକୁ ନେଇ ତାଙ୍କ ବିରୋଧରେ ଆଉ କୌଣସି ଏତଲା ଦାୟର ହୋଇପାରିବ ନାହିଁ। ସେହିପରି ଆଗାମୀ ଦିନରେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଧାରାବାହିକର କୌଣସି ଅଧ୍ୟାୟ ପ୍ରସାରଣ କରାଯାଇ ପାରିବନି।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ