ରାଜଧାନୀ ଭୁବନେଶ୍ୱରରେ ଝୁଲି ପଡ଼ିଲେ ଜଣେ ପଥର ମୂର୍ତ୍ତି କାରିଗର। ହେଲେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ଵରପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ମହାରଣା ପେସାରେ ଜଣେ ପଥର ମୂର୍ତ୍ତି କାରିଗର। ସେ ଭୁବନେଶ୍ୱରରେ ରହି ମୂର୍ତ୍ତି କାମ କରନ୍ତି। ହେଲେ ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଖାରବେଳନଗର ଥାନା ସାମ୍ନା ମାଷ୍ଟର କ୍ୟାଣ୍ଟିନ ଛକରୁ ବାଣୀବିହାର ଯିବା ରାସ୍ତା ପାର୍ଶ୍ଵରେ ଏକ ଗଛରେ ଝୁଲିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଜଣେ ପଥର ମୂର୍ତ୍ତି କାରିଗର ଭୁବନେଶ୍ୱରରେ କ’ଣ ପାଇଁ ଆତ୍ମହତ୍ୟା କଲେ? ହେଲେ ଏହାର କାରଣ ପଡ଼ିନାହିଁ। ତେବେ ଅଭିଯୋଗ ଅନୁସାରେ ଗତ ୬ମାସ ହେଲା ଚିତ୍ତରଞ୍ଜନ ମହାରଣା ଘରକୁ ଯାଉଥିଲେ। ପାରିବାରିକ ଗଣ୍ଡଗୋଳ ପାଇଁ ସେ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହେଉନଥିବା ଚର୍ଚ୍ଚା ହେଉଛି।
ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର
ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…




