ରାଜଧାନୀରେ ବୁଲେଟ୍‌କୁ ଧକ୍କା ଦେଲା ଥାର୍, ଜଣେ ମୃତ

ଭୁବନେଶ୍ଵର : ରାଜଧାନୀରେ ପୁଣି ଥାର୍ ଆତଙ୍କ। କ୍ୟାପିଟାଲ୍ ହସ୍ପିଟାଲ୍ ସାମ୍ନାରେ ବୁଲେଟ୍ କୁ ଧକ୍କା ଦେଲା ଥାର୍। ଘଟଣାସ୍ଥଳରେ ଜଣେ ମୃତ ୨ ଜଣ ଗୁରୁତର ଆହତ। ଦୁର୍ଘଟଣା ଘଟାଇଥିବା ଥାର୍ ଗାଡି ଜବତ। ଡ୍ରାଇଭର୍ ଫେରାର୍। ସୂଚନାନୁଯାୟୀ, ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଥାର୍ ଗାଡି ଏକ ବୁଲେଟ୍ କୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ଜଣଙ୍କ ଓଲ୍ଡ ଟାଉନ୍ ଗୋଷାଗରେଶ୍ଵର ଛକରେ ରହୁଥିବା ରାଜା ପେଦିନି।

​​​ପୁଲିସ ଦୁର୍ଘଟଣା ଘଟାଇଥିବା ଥାର୍ ଓ ବୁଲେଟକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଥାର୍ ଗାଡି ଡ୍ରାଇଭର୍ ଫେରାର୍ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ୍ କରି କ୍ୟାପିଟାଲ୍ ଥାନା ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

  • Related Posts

    ଅଗ୍ନି-୪ର ସଫଳ ପରୀକ୍ଷା

    ବାଲେଶ୍ବର/ଧାମରା : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରା ନିକଟ ଅବଦୁଲ କଲାମ ଦ୍ବୀପର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର…

    Continue reading
    ଲଘୁଚାପ କ୍ଷେତ୍ର: ପୁଣି ଆଣିବ ବଡ଼ ବର୍ଷା

    ଭୁବନେଶ୍ୱର : ଆସନ୍ତା ୮ କିମ୍ବା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ରାଜ୍ୟରେ ବଡ଼ ବର୍ଷା ଆଣିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ