ରାଜ୍ୟ କ୍ୟାବିନେଟ: ନିର୍ମାଣ ହେବ ୫ ଜଳସମ୍ପଦ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଶକ୍ତି ବିଭାଗର ଗୋଟେ, ଶ୍ରମ ବିଭାଗର ୩, ପରିବହନ ବିଭାଗର ଗୋଟେ, ଜଳସମ୍ପଦ ବିଭାଗର ୫ ଓ ପଞ୍ଚାୟତିରାଜ ବିଭାଗର ଗୋଟେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ଜଳସମ୍ପଦ ବିଭାଗର ୫ ଟେଣ୍ଡରକୁ ଅନୁମୋଦନ ମିଳିଛି । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣବେକ୍ଷଣ ନୀତି ୨୦୨୬ ସହ ଅଟଳ ବସଷ୍ଟାଣ୍ଡ ଯୋଜନାକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

କେନ୍ଦୁଝର ଜିଲ୍ଲାରେ ୩ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୯୨ କୋଟି ୯୮ ଲକ୍ଷ ୪୨ ହଜାର ୭୯୫ କୋଟି ଓ ୧୫ ବର୍ଷ ପରିଚାଳନା ପାଇଁ ୭ କୋଟି ୪୮ ଲକ୍ଷ ୫୨ ହଜାର ୩୪୫ ଟଙ୍କା ମଞ୍ଜୁରୀ ହୋଇଛି । ପ୍ରକଳ୍ପ ଶେଷ ପାଇଁ ୨୪ ମାସ ଲାଗିବ । ପ୍ରକଳ୍ପ ଦ୍ୱାର କେନ୍ଦୁଝର ଜିଲ୍ଲାର ୨୫ ଓ ମୟୁରଭଞ୍ଜ ଜିଲ୍ଲାର ୮ ଗାଁ ଲୋକ ଉପକୃତ ହେବେ । କଟକର ହାଡୁଆ ଜଳସେଚନ ପ୍ରକଳ୍ପ ପାଇଁ ୧୩୫ କୋଟି ୭୫ ଲକ୍ଷ ଓ ପରିଚାଳନା ପାଇଁ ୬ କୋଟି ୮୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ପ୍ରକଳ୍ପ ଦ୍ବାରା କଟକ ଜିଲ୍ଲାର ୮୬ ଗାଁର ୩୬୪୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୨୦୪ କୋଟି ଓ ରକ୍ଷଣାବେକ୍ଷଣ ପାଇଁ ୧୬ କୋଟି ମଞ୍ଜୁର ହୋଇଛି । ସମ୍ବଲପୁର ଜିଲ୍ଲାର ୫୪ ଗାଁ’ର ଲୋକ ଉପକୃତ ହେବେ । ସେହିପରି ଯାଜପୁର ଜିଲ୍ଲାରେ ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୧୫୮ କୋଟି ଓ ପରିଚାଳନା ପାଇଁ ୧୨ କୋଟି ୭୦ କୋଟି ଟଙ୍କାର ଟେଣ୍ଡର ଅର୍ଥ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ଦ୍ବାରା ୭୩ ଗାଁ ଲୋକ ଉପକୃତ ହେବେ । ସେହିପରି ଶ୍ରମ ବିଭାଗର ବିଭିନ୍ନ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ