ରାଜ୍ୟ ସରକାରଙ୍କୁ ୨୪ଘଣ୍ଟାର ଅଲ୍ଟିମେଟ୍ ଦେଲା ମେତେଇ ସମ୍ପ୍ରଦାୟ

ମଣିପୁରରେ ପୁଣି ଉଗ୍ର ହେବାରେ ଲାଗିଛି ହିଂସା। ବ୍ୟାପକ ପୋଡାଜଳା ସାଙ୍ଗକୁ ଭଙ୍ଗାରୁଜା କରୁଛନ୍ତି ବିକ୍ଷୋଭକାରୀ। ବିଭିନ୍ନ ନେତାଙ୍କ ଘରକୁ ଉପରକୁ କରାଯାଉଛି ଆକ୍ରମଣ। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ହତ୍ୟା କରୁଥିବା ବେଳେ ନେତାମନ୍ତ୍ରୀଙ୍କୁ ବି ଆକ୍ରମଣ କରୁଛନ୍ତି ଉଗ୍ରବାଦୀ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି। ଏହାପରେ ମେତେଇ ସମ୍ପ୍ରଦାୟର ମଣିପୁରର ନାଗରିକ ସମାଜ ଗୋଷ୍ଠୀ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଜାରି କରିଛି। ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଏକାଧିକ ଉଗ୍ରବଦୀ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂହଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ସେଠାରେ ମୁତୟନ ସୁରକ୍ଷାକମୀ ସେମାନଙ୍କୁ ଅଟକା ଦେଇଥିଲେ। ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଫାଙ୍କା ଗୁଳିଚାଳନା କରିଥିଲେ। ଏହାପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ।
ଏହାପରେ ମେତେଇ ନାଗରିକ ଅଧିକାର ଗୋଷ୍ଠୀ ତଥା ମଣିପୁର ଅଖଣ୍ଡତା (COCOMI) ର ସମନ୍ୱୟ କମିଟିର ମୁଖପାତ୍ର ଖୁରୈଜମ ଅଥୌବ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ କହିଛନ୍ତି ଯେ ‘ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ରାଜ୍ୟ ତଥା ସମସ୍ତ ବିଧାୟକ ଏକାଠି ହୋଇ କିଛି ନିର୍ଣ୍ଣାୟକ ପଦକ୍ଷେପ ନେବା ଉଚିତ।

ଯଦି ସେମାନେ ମଣିପୁରର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ସେମାନଙ୍କୁ ଲୋକଙ୍କ ଅସନ୍ତୋଷର ଶିକାର ହେବାକୁ ପଡ଼ିବ। ଆମେ କିଛି ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଭାରତ ସରକାର ଏବଂ ମଣିପୁର ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛୁ। ସମସ୍ତ ସଶସ୍ତ୍ର ଗୋଷ୍ଠୀ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକ ଅଲ୍ଟିମେଟମ୍ ଦେଇଛୁ।’

କହିରଖୁ ଯେ, ଜିବିରାମ ଜିଲ୍ଲାର ୬ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ମଣିପୁର ଅଶାନ୍ତ ହୋଇପଡିଛି। ଏହାକୁ ବିରୋଧ କରି ରାଜ୍ୟରେ ହିଂସା ଜାରି ରହିଛି। ଏହି ଘଟଣା ପରେ ବିଶେଷକରି ଜିରିବାମରେ ହିଂସା ଅଣାୟତ ହୋଇଛି। ଏଥିପାଇଁ ସରକାର ପାଞ୍ଚଟି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ରାଜ୍ୟର ୭ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୌବାଲ୍‌, କାକଚିଙ୍ଗ, କୋଙ୍ଗପୋକପି ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ବନ୍ଦ ରହିଛି।

Related Posts

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

Continue reading
ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ