ରାଜ୍ୟରେ ଗୋ-ଚାଲାଣକାରୀଙ୍କୁ ସ୍ଥାନ ନାହିଁ; ମନ୍ତ୍ରୀ

ଭୁବନେଶ୍ବର: ମୋହନ ମାଝୀଙ୍କ ସରକାରରେ ଗୋ ଚାଲାଣକାରୀଙ୍କୁ ସ୍ଥାନ ନାହିଁ । ଖୋଜି ଖୋଜି ସମସ୍ତଙ୍କୁ ବନ୍ଧା ଯିବ । ଗତ ସରକାର ସମୟରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଛତ୍ର ଛାୟା ତଳେ ଗୋ-ମାଫିଆ ମାନେ ସକ୍ରିୟ ଥିଲେ । ମାତ୍ର ଏ ସରକାରରେ ତାହା ଚଳିବ ନାହିଁ । ଏନେଇ ଗୋ-ଚାଲାଣକାରୀଙ୍କୁ ସିଧା ସିଧା ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ ଆହୁରି ମଧ୍ୟ କହିଛନ୍ତି, ଗୋମାଂସ ଚାଲାଣକାରୀ ସୁଧୁରି ଯାଆନ୍ତୁ । ୧୯୬୦ ଗୋ-ହତ୍ୟା ଆଇନ ଏବେବି ବଳବତ୍ତର ରହିଛି । ଏହାକୁ ଆହୁରି ସଂସ୍କାର ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ​​​​​​​

​​​​​​​​​​​​ଗୋ-ଚାଲାକୁ ନେଇ ରାଜ୍ୟ ସରକାରଙ୍କ ଏକ ନୂଆ ନାରା ସାମ୍ନାକୁ ଆସିଛି । ” ରଖନ୍ତୁ କୁତ୍ତା, କିନ୍ତୁ ତା’ସହ ରଖନ୍ତୁ ଗୋମାତା ” । ଶନିବାର ରାଜ୍ୟର ୫ ସ୍ଥାନରେ ଗୋ-ମାଫିଆଙ୍କ ଠିକଣାରେ ଚଢ଼ାଉ ହୋଇଥିଲା । ଆଗାମୀ ଦିନରେ ଗୋ-ମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ବିଜେଡି ସରକାର ସମୟରେ ଗୋ-ମାଫିଆ ମାନେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟାରେ ସକ୍ରିୟ ଥିଲେ । କିଛି ବର୍ଷ ତଳେ ଆଠଗଡ଼ ତିଗିରିଆରେ କୁଢ଼ କୁଢ଼ ଗୋ ହାଡ଼ ଓ ମୁଣ୍ଡ ମିଳିଥିଲା । ଏଥିରୁ ସ୍ପଷ୍ଟ ଯେ ପୂର୍ବ ସରକାରରେ ଅଧିକ ଗୋ-ହତ୍ୟା ହେଉଥିଲା । ମାତ୍ର ମୋହନ ସରକାର କିନ୍ତୁ କଡ଼ା ଆଭିମୁଖ୍ୟ ନେଇଛନ୍ତି । ଗୋ-ଚାଲାଣକାରୀ ସୁଧୁରି ଯାଆନ୍ତୁ, ନହେଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ୍ସ୍ୟ ଓ ପ୍ରଣୀଧନ ସମ୍ପଦ ମନ୍ତ୍ରୀ କହିଛନ୍ତି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ