ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ବର, : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବଂଶଧାରା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । କେବଳ ଖୋର୍ଦ୍ଧା ଓ ବାଲିଆପାଳ ବ୍ଲକରେ ୫୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ବାକି ସ୍ଥାନରେ ବର୍ଷା କମ୍ ରେକର୍ଡ଼ କରାଯାଇଛି । ତେଣୁ ବନ୍ୟା ସ୍ଥିତି ନାହିଁ । ଏଭଳି ସୂଚନା ଦେଇଛନ୍ତି ଇଆଇସି । ବଂଶଧାରା ନଦୀ ପାଇଁ କାଶୀନଗରରେ ବିପଦ ସଂକେତ ୫୪.୬ମିଟର ଥିବାବେଳେ ତା ତଳେ ରହିଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି । ମହାନଦୀ ନରାଜରେ ବିପଦ ସଂକେତର ୨.୪୩ ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ଜେନାପୁରରେ ୩.୪୨ମିଟର, ବୈତରଣୀ ଆଖୁଆପଦାରେ ୧. ୦୬ମିଟର ତଳେ ପ୍ରବାହିତ ହେଉଛି। ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ରହିଥିବାବେଳେ ଏବେ ହୀରାକୁଦରେ ଜଳସ୍ତର ରହିଛି ୬୨୭.୮୯ ଫୁଟ ରହିଛି। ପାଖାପାଖି ୧ ଲକ୍ଷ ୩୩ ହଜାର ଘନଫୁଟ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ଏହି ପରିମାଣର ପାଣି ମଧ୍ୟ ନିଷ୍କାସିତ ହେଉଛି । ୬ଟି ଗେଟ୍ ଖୋଲା ଅଛି । ଖୁବଶୀଘ୍ର ଆଉ ୩ଟି ଗେଟ୍ ବନ୍ଦ ହେବ। ୩ଟି ଫାଟକ ଓ ପାୱାର ହାଉସ, କେନାଲ ଦେଇ ଜଳ ନିଷ୍କାସିତ ହେବ। ରେଙ୍ଗାଲିର ସର୍ବୋଚ୍ଚ ଜଳସ୍ତର ୧୨୩.୫ମିଟର ଥିବାବେଳେ ଏହି ପରିମାଣର ଜଳ ଭଣ୍ଡାରରେ ମହଜୁଦ ଅଛି । ପ୍ରତି ସେକେଣ୍ଡରେ ୭୯୦ଘନ ମିଟର ଜଳ ଜଳ ଭଣ୍ଡାରରେ ପ୍ରବେଶ କରୁଥିବାବେଳେ ୭୧୦ଘନ ମିଟର ଜଳ ନିଷ୍କାସିତ ହେଉଛି । ସବୁ ଫାଟକ ବନ୍ଦ ଅଛି । କେବଳ ପାୱାର ହାଉସ ଦେଇ ଜଳ ଯାଉଛି । ଏଇ ଲଘୁଚାପ ଜନିତ ବର୍ଷାରେ ଜଳ ଭଣ୍ଡାରରେ ଯେତିକି ଜଳ ରହିବା କଥା ସେତିକି ଜଳ ମହଜୁଦ ଥିବା କହିଛନ୍ତି ଇଆଇସି ଚନ୍ଦ୍ର ଶେଖର ପାଢ଼ୀ ।

ଦକ୍ଷିଣ ଓଡ଼ିଶା ଜିଲ୍ଲା ଜଳ ଭଣ୍ଡାରରେ ଜଳ କମ୍ ଥିଲା। ଲଘୁଚାପ ଯୋଗୁଁ ପାଣି ଭଲ ଗଛିତ ହୋଇଛି । ଇନ୍ଦ୍ରାବତୀରେ ୮୮ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ଅପର କୋଲାବରେ ୯୧ପ୍ରତିଶତ, ବାଲିମେଳାରେ ୭୨, ମାଛକୁଣ୍ଡରେ ୯୬ ପ୍ରତିଶତ ଜଳ ଭର୍ତ୍ତି ହୋଇଛି । ଅନ୍ୟପଟେ ସାଳନ୍ଦୀରେ ୭୫ପ୍ରତିଶତ ଓ ଲୋୟର ଇନ୍ଦ୍ରରେ ୯୦ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ବିଗତ ବର୍ଷ ତୁଳନାରେ ଭଲ ପୋଜିସନ ଅଛି । ଆଗାମୀ ସମୟରେ କାମରେ ଆସିବ ବୋଲି କହିଛନ୍ତି। ସେହିଭଳି ୪୮ଟି ମଧ୍ୟମ ଧରଣର ଜଳ ଭଣ୍ଡାରରୁ ୩୮ଟି ଜଳ ଭଣ୍ଡାରରେ ୭୫ପ୍ରତିଶତ ପାଣି ଗଛିତ ହୋଇଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ