ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ-୨୦୨୫, ପୋଷଣ ଅଭିଯାନରେ ରାଜ୍ୟରେ ୫୪.୮୧ ଲକ୍ଷ ଅଧିକ ବିଷୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୫/୧୦/୨୦୨୫: ସନ୍ତୁଳିତ ଆହାର ଓ ଉନ୍ନତ ଜୀବନଶୈଳୀ ସୁସ୍ଥ ଶରୀରର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରକ। ଆମର ଉତ୍ତମ ଅଭ୍ୟାସ ଆମ ଉତ୍ତରପିଢିକୁ ପ୍ରେରଣା ଯୋଗାଏ । ମହିଳା ଓ ଶିଶୁମାନଙ୍କୁ ସଠିକ ପୋଷଣ ବିକଶିତ ଭବିଷ୍ୟତର ମୂଳଦୁଆ ବୋଲି ଆଜି “ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ” ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ -୨୦୨୫ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚଳିତ ବର୍ଷ ପୋଷଣ ମାସରେ ସମୂହ ସଚେତନତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ପ୍ରୋତ୍ସାହିତ ହୋଇଥିଲେ ଓ ଏହି ଏକମାସ ଧରି ସଚେତନତା ଅଭିଯାନରେ ପ୍ରମୁଖ ବିଷୟବସ୍ତୁ ଯେପରିକି ମେଦବହୁଳତା ରୋକିବା ପାଇଁ ଖାଦ୍ୟରେ ଚିନି ଓ ତେଲ ଜାତୀୟ ଉପାଦାନ କମ୍ କରିବା, ଆଦ୍ୟ ଶୈଶବ ଅବସ୍ଥାରେ ଶିଶୁର ଯତ୍ନ ଓ ଶିକ୍ଷା/ପୋଷଣ ବି ପଢ଼ାଇ ବି, ନବଜାତ ଓ ଶିଶୁଙ୍କ ଖାଦ୍ୟାଭ୍ୟାସ, ପୁରୁଷଙ୍କ ସହଭାଗିତା, ସମନ୍ୱୟମୂଳକ ପଦକ୍ଷେପ ଓ ଡିଜିଟାଲିକରଣ, ସ୍ୱଦେଶୀ ପାଇଁ ସ୍ୱର – ତୃଣମୂଳ ସ୍ତରର ସଶକ୍ତିକରଣ ଓ ଆତ୍ମନିର୍ଭରତା ପ୍ରମୁଖ ବିଷୟବସ୍ତୁ ଉପରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ିରୁ ଆରମ୍ଭ କରି ଆଇସିଡ଼ିଏସ ସେକ୍ଟର,ପ୍ରକଳ୍ପ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମୂହ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସାରା ରାଜ୍ୟରେ ୫୪,୮୧,୯୫୨ ଗୋଟି ବିଷୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହୋଇଛି ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦିଗଦର୍ଶନରେ ଶିଶୁଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସମନ୍ୱୟମୂଳକ ପଦକ୍ଷେପ ଓ ଡିଜିଟାଲିକରଣରେ ଶିଶୁଙ୍କ ଆପାର ଆଇଡି(APAAR ID) କରାଯାଉଛି। ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଆଭା ଆଇଡି (ABHA ID) କରାଯାଇଛି । ବିଭାଗୀୟ ସଚିବ ପୋଷଣ କ୍ଷେତ୍ରରେ ସଫଳତା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟରତ ଅଧିକାରୀବୃନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀବୃନ୍ଦ, ପୋଷଣ ଜିଲ୍ଲା ସଂଯୋଜକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀବୃନ୍ଦ ଓ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ନିଜ କାର୍ଯ୍ୟର ଅନୁଭୂତିକୁ ଛୋଟ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଶେୟାର କରିବା ପାଇଁ ସେ ଅଙ୍ଗନବାଡି କର୍ମୀ ଓ ଅନ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନର୍ଜୀ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ଵ ଦେଇଥିଲେ । ଦୈନିକ ବ୍ୟାୟାମ, ଯୋଗ, ପୁଷ୍ଟିକର ଖାଦ୍ୟ ଦ୍ଵାରା ଆମେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମଧୁମିତା ରଥ ଯୋଗ ଦେଇ ପୋଷଣ ସହ ଜଡ଼ିତ ବିଭାଗୀୟ ଯୋଜନା ବିଷୟରେ ଆଲୋଚନା କରିଥିଲେ । ପିଏମ ପୋଷଣ ମାଧ୍ୟମରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ । ଜନଆନ୍ଦୋଳନ ଅଧୀନରେ ପୋଷଣ ପକ୍ଷ ୨୦୨୫ ରେ ଯେଉଁ ସମୂହ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା , ସେଇ କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଜନଆନ୍ଦୋଳନ ଡ୍ୟାସବୋର୍ଡ ରେ ଅପଲୋଡ କରଯାଇଥିଲା । ଏହି ଡ୍ୟାସବୋର୍ଡକୁ ଆଧାର କରି ଶ୍ରେଷ୍ଠ ତିନୋଟି ଜିଲ୍ଲା ପୁରୀ, ଭଦ୍ରକ, କେନ୍ଦ୍ରପଡାକୁ ଟ୍ରୋଫି ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗୀ ବିଭାଗ ଜଙ୍ଗଲ- ପରିବେଶ ଓ ଜଳବାୟୁ ପରିବର୍ତ୍ତନର ସ୍ଵତନ୍ତ୍ର ସଚିବ- ଶ୍ରୀ ଜ୍ଯୋତି ଏମ. ପ୍ରଧାନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ- ଶ୍ରୀମତୀ ଗୀତାଞ୍ଜଳି ନାଏକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସ୍ମୃତିଜିତ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ- ଶ୍ରୀ ଦାରିଦ୍ର୍ଯଭଞ୍ଜନ ମହାପାତ୍ର ,ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ସଚିବ ଶ୍ରୀ ରଜତ କୁମାର ମାନସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଡେପୁଟି ସଚିବ ଶ୍ରୀମତୀ ସଙ୍ଘମିତ୍ରା ବେହେରା ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲାରୁ ଆସିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀବୃନ୍ଦ, ପୋଷଣ ଜିଲ୍ଲା ସଂଯୋଜକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀବୃନ୍ଦ ଓ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ଶେଷରେ ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଏନ.ସି ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ