ଭୁବନେଶ୍ୱର, ୧୫/୧୦: ଆଜି ହରିଆଣା ବିଧାନସଭାର ଶିକ୍ଷା, ବୈଷୟିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ମେଡ଼ିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସବ୍ଜେକଫ କମିଟିର ଅଧ୍ୟକ୍ଷ ଶ୍ରୀ ରାମ କୁମାର କାଶ୍ୟପଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ସଦସ୍ୟଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ସଦସ୍ୟମାନେ ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି-୪ର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି-୫ର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ସଦସ୍ୟ ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ବଦ୍ରିନାରାୟଣ ପାତ୍ର, ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀ ଉମାଚରଣ ମଲ୍ଲିକ, ଡ. ଫକୀର ନାୟକ, ଶ୍ରୀ ବିଜୟ କୁମାର ଦଳବେହେରା ଓ ଶ୍ରୀମତୀ ସୀମାରାଣୀ ନାୟକଙ୍କ ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ହରିଆଣାର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସବ୍ଜେକଫ କମିଟିର ସଦସ୍ୟମାନେ ସେଠାକାର ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ଭଲ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ସଦସ୍ୟମାନେ ମଧ୍ୟ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବହୁ ଅଭିନବ ଯୋଜନା ବାବଦରେ ସୂଚନା ଉପସ୍ଥାପନ କରିଥିଲେ । ଉଭୟ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଲାଗୁ ହେଉଥିବା ଭଲ ଯୋଜନାସବୁକୁ ଆପଣାଇବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି କମିଟି ତାଙ୍କର ଏହି ଗସ୍ତ ସମୟରେ ପୁରୀ, କୋଣାର୍କ ସମେତ ଚିଲିକା, ସାତପଡ଼ା ଓ ଓଡ଼ିଶାର ଅନ୍ୟ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।
୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ
ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…








