
ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଜଳିଗଲା ସ୍କୁଟି । ବାଣ ନେଇ ଯାଉଥିବା ବେଳେ ହଠାତ ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି । ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଉପରେ ସ୍କୁଟିରେ ଲାଗିଛି ନିଆଁ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ରାସ୍ତାରେ ଯାଉଥିବା ଲୋକ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି । ତେବେ ବାଣ ଫୁଟି ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ରହିଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଦୁଇ ଜଣ ଭୁବନେଶ୍ବରୁ କଟକ ଅଭିମୁଖେ ଯାଉଥିବା ବେଳେ ଓକାକ ସାମ୍ନାରେ ଥିବା ଫ୍ଲାଏ ଓଭରରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଗଲା । ଆଉ ଦେଖୁ ଦେଖୁ ସ୍କୁଟି ଜଳିବାକୁ ଲାଗିଲା । ବାଣ ଫୁଟିବା ପରେ କିଛି ଦରଫୁଟା ବାଣ ସବୁ ରାସ୍ତା ସାରା ବିଛେଇ ପଡିଥିଲା । ସମ୍ଭବତ ଜଣେ ମହିଳା ଏବଂ ଜଣେ ପୁରୁଷ ଭୁବନେଶ୍ବରରୁ କଟକ ଆଡେ ବାଣ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି ପରେ ନିଆଁ ସ୍କୁଟିରେ ଲାଗିଛି ।








