ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି; ଗାନ୍ଧୀ ମାର୍ଗରେ ପରେଡ୍ ରିହଲସଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି (ମଙ୍ଗଳବାର) ଠାରୁ ପରେଡ୍ ରିହଲସଲ ଆରମ୍ଭ ହୋଇଛି । ଅପରାହ୍ନରେ ଆୟୋଜିତ ପରେଡ ରିହଲସଲକୁ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ତଦାରଖ କରିଥିଲେ । ବିଭିନ୍ନ କଣ୍ଟିଜେଣ୍ଟ ଉତ୍ସାହର ସହ ଏହି ପରେଡରେ ସାମିଲ ହୋଇଥିଲେ। କଣ୍ଟିଜେଣ୍ଟରେ ରାଜଧାନୀର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି ।
ଚଳିତବର୍ଷ ପରେଡ କମାଣ୍ଡର ଭାବେ ୨୦୨୨ ବ୍ୟାଚର ଆଇପିଏସ୍ ଅଫିସର ତଥା ବାଲିଗୁଡା ଏସଡିପିଓ ଭୋସଲେ ଶୁଭମ ସଞ୍ଜୟ ନେତୃତ୍ବ ନେଉଛନ୍ତି । ପରେଡରେ ପ୍ରାୟ ୫୧ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରୁଛନ୍ତି । ଆସନ୍ତାକାଲି ଅପରାହ୍ନ ୨ଟା ୩୦ରୁ ୬ଟା ଯାଏଁ ପୁଣି ପରେଡ୍ ରିହଲସଲ ଏବଂ ୧୩ ତାରିଖରେ ସକାଳ ୮ଟା ୩୦ରୁ ୧୧ଟା ୩୦ ଯାଏଁ ପୂର୍ଣ୍ଣ ପରେଡ୍ ରିହଲସଲ ହେବ । ୧୫ ତାରିଖ ଦିନ ରାଜ୍ୟସ୍ତରୀୟ ପରେଡ୍ ସକାଳ ୬ଟାରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ତେବେ ପରେଡର ନେତୃତ୍ୱ ନେଇ ଗର୍ବ ଅନୁଭବ ହେଉଛି ବୋଲି କହିଛନ୍ତି ଆଇପିଏସ୍ ଭୋସଲେ ଶୁଭମ ସଞ୍ଜୟ ।
ଅନ୍ୟପକ୍ଷରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ପରେଡ୍ ସମୟରେ କଟକଣା ରହିବ । ଏହି ସମୟରେ କୌଣସି ପ୍ରକାର ଭାରିଯାନ ରାମ ମନ୍ଦିର ଏବଂ ରାଜ ମହଲ ପାର୍ଶ୍ବରୁ ମାଷ୍ଟରକ୍ୟାଣ୍ଟିନ୍ କ୍ୟାଣ୍ଟିନ୍ ଛକ ଯିବାକୁ ଯିବାକୁ ଦିଆଯିବ ନାହିଁ । କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସି ପାରିବ କିନ୍ତୁ ପିଏମ୍‌ଜି ଛକ ଆଡ଼କୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ହାଉସିଂ ବୋର୍ଡ ଛକ ପାର୍ଶ୍ବରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଯାନବାହନ ଗୁଡ଼ିକ କେଶରୀ ଟକିଜ ଠାରୁ ବାମପାର୍ଶ୍ଵ ଲେନ୍‌ରେ ଯିବ ।

  • Related Posts

    ସୁଧାକିରଣ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

    ରାଇକିଆ: ଭାରତ ସରକାରଙ୍କ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ରାଇକିଆ ସହର…

    Continue reading
    ଯୁବକଙ୍କୁ ନିର୍ମମ ହତ୍ୟା

    ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ