ରାଷ୍ଟ୍ରପତିଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଜନ୍ମଦିନ । ଓଡ଼ିଶା ମାଟିର ଗର୍ବ ଗୌରବ, କୋଟି କୋଟି ଦେଶବାସୀଙ୍କ ପ୍ରେରଣାର ଉତ୍ସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା ଏବଂ ଶୁଭକାମନା ବାର୍ତ୍ତା। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 1958 ମସିହା ଜୁନ 20 ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଉପରବେଢ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଜିର ମହାମହିମ ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି,”ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ସାହସ, ସରଳତା, ବିନମ୍ରତା ଏବଂ ଜନସେବା ପ୍ରତି ଅଟଳ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ତାଙ୍କର ଯାତ୍ରା ସାରା ଦେଶକୁ ପ୍ରେରଣା ଦେଇ ଚାଲିଛି । ସାର୍ବଜନୀନ ଜୀବନରେ ତାଙ୍କର ବହୁ ବର୍ଷ ଧରି, ସେ ଏକ ଉତ୍କୃଷ୍ଟ ଉପାୟରେ ଦେଶ ସେବା କରିଛନ୍ତି, ବିଶେଷକରି ଅବହେଳିତ ଲୋକଙ୍କ କଲ୍ୟାଣ ପାଇଁ ଆଗ୍ରହୀ । ଭାରତର ବିକାଶ ପ୍ରତି ତାଙ୍କର ଦୃଢ଼ ସମର୍ପଣ ପ୍ରେରଣାଦାୟକ । ଜାତି ସେବାରେ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ଆଶୀର୍ବାଦ ଦିଆଯାଉ । ଆଜି ଓଡ଼ିଶାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟିବାକୁ ମୁଁ ଅପେକ୍ଷା କରିଛି ।”

  • Related Posts

    ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି:ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗରିବ କଲ୍ୟାଣ ଯୋଜନାରେ ସାଧାରଣ ଲୋକଙ୍କ ଜୀବନ ବଦଳୁଛି । ଓଡିଶା ଅର୍ଥ ବ୍ୟବସ୍ଥା ମଜଭୂତ ହେଲେ ଭାରତ ମଜଭୂତ ହେବ । ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ…

    Continue reading
    ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’

    ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁର ସମାବେଶରେ ତାଙ୍କ ଅଭିଭାଷଣ ରଖିଛନ୍ତି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି । ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ପ୍ରଶଂସନୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ