ରାସ୍ତା ଓ ଗୃହ ବିଭାଗ ଅଧିନରେ ଥିବା ୩୧୬ କିଲୋମିଟର ଡ୍ରେନ ବିଏମସି ଅଧିନକୁ ଆସିବ

ଭୁବନେଶ୍ୱର,31/10/2025 : ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଅଣାଯିବ। ଶୁକ୍ରବାର ଅନୁଷ୍ଠିତ ବିଏମସିର ୩୫ତମ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଂଜୁର କରିଛନ୍ତି ଏବଂ ଅଧିକ କିଛି ଅର୍ଥ ରାଜ୍ୟ ସରକାର ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଉଭୟ ମେୟର ଓ ଆୟୁକ୍ତ ଗୃହକୁ ଅବଗତ କରାଇଥିଲେ। ଉପବିଭାଗ ଓ କର୍ପୋରେଟରଙ୍କ ପକ୍ଷରୁ ଆସିଥିବା ୧୮ଟି ପ୍ରସ୍ତାବ ୧୪ଟି ଲିଖିତ ପ୍ରଶ୍ନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ରାସ୍ତା ଓ ଗୃହ ବିଭାଗ ଅଧିନରେ ଥିବା ୩୧୬ କିଲୋମିଟର ଡ୍ରେନ ମଧ୍ୟ ବିଏମସି ଅଧିନକୁ ଆଣିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ସହ ବିଡିଏ ଏବଂ ପଞ୍ଚାୟତରେ ଥିବା ରାସ୍ତା ବିଏମସି ଅଧିନକୁ ଆଣିବା, ଆଇଗିଣିଆ ଆଳୁଗଦି ବା କୁବେରପୁରୀଠାରେ ଟ୍ରକ ପାର୍କିଂ ବ୍ୟବସ୍ଥା କରିବା, ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ପାଇଁ ଏଜେନ୍ସି ଚୟନ ନିମନ୍ତେ ଆସିଥିବା ଏସଓପିକୁ କର୍ପୋରେସନର ମଂଜୁରୀ ମିଳିବା, ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତିନୋଟି ଜୋନରେ ତିନୋଟି ଏଜେନ୍ସିଙ୍କୁ ନିୟୋଜିତ କରାଯିବା ଓ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବା, ଆସନ୍ତା ୬ ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍ପୋରେସନର ସ୍ୱତନ୍ତ୍ର ବୈଠକ ଡକାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ ସଂଯୋଜନା କରିଥିଲେ। ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଆୟୁକ୍ତ ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ, ସସ୍ମିତା ସାହୁ ଓ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ