ରାହୁଲ ଗାନ୍ଧି ଜଣେ କମେଡିଆନ ବା ଜୋକର: ଜୟନାରାୟଣ

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଉଭୟ ଯୋଗ ଦେବେ।
ସେପଟେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଆସିବା ନେଇ କଟାକ୍ଷ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,”କପିଲ ଶର୍ମା କମେଡି ସୋ ଯେମିତି ରାହୁଲ ଗାନ୍ଧି ମଧ୍ୟ ଜଣେ କମେଡିଆନ ବା ଜୋକର। ତେଣୁ ଜଣେ ଜୋକର ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ। କଂଗ୍ରେସ ପାର୍ଟିର ଡାଇମେନସନ୍ କେମିତି ହେଲାଣି ସମସ୍ତେ ଦେଖୁଛନ୍ତି,” ବୋଲି କହି ତାଛଲ୍ୟ କଲେ ଜୟନାରାୟଣ।ଜୟନାରାୟଣ କହିଛନ୍ତି,”କଂଗ୍ରେସ ଦଳ ଆଗାମୀ ଶତାବ୍ଦୀରେ ବି ଉଧେଇବାର ସମ୍ଭାବନା ନାହିଁ। ରାହୁଲଙ୍କୁ ବାର୍ତ୍ତା ଦେଇ ଆସେ କି ? ସେ କି ବାର୍ତ୍ତା ଦେବେ। ଟି-ସର୍ଟ ପିନ୍ଧିବା ବାର୍ତ୍ତା ଦେବେ କି ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ରାଜୀବଙ୍କ ପୁଅ, ରାଜୀବ ଇନ୍ଦିରା ଗାନ୍ଧିଙ୍କ ପୁଅ, ଇନ୍ଦିରା ଗାନ୍ଧି ନେହେରୁଙ୍କ ଝିଅ। ତେଣୁ ସେମାନେ ବଂଶାନୁକ୍ରମିକ ଭାବେ ଚାଲାଇଛନ୍ତି। ସେମାନେ ପାର୍ଟିକୁ ନିଜର ସମ୍ପତ୍ତି କରି ରଖିଛନ୍ତି। ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ଶାସନ କାଳରେ ଯେଉଁ ସବୁ କାମ କରି ଯାଇଛନ୍ତି, କେହି କଂଗ୍ରେସକୁ ଗ୍ରହଣ କରିବେ ନାହିଁ। ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭୁଲ। ସଶକ୍ତ ବିରୋଧୀ ଦଳ ରଖିବା ଦରକାର। କଂଗ୍ରେସ ଦେହରେ ନ୍ୟୁଟ୍ରିସନ ନାହିଁ। ଯଦି କଂଗ୍ରେସର ନ୍ୟୁଟ୍ରିସନ୍ ଦରକାର ତେବେ ଆମେ ଦେବୁ”, ବୋଲି କହି ସମାଲୋଚନା କଲେ ଜୟନାରାୟଣ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ