ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଲେ ଶଶି ଥରୁର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ସ୍ୱର ମିଳାଇ ନିଜ ଦଳରୁ ସମାଲୋଚିତ ହୋଇଥିବା ଶଶି ଥରୁର ଏବେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଲେକ୍ସନ କମିଶନ ବିଜେପି ସହ ମିଶି ବଡ଼ ଧରଣର ଭୋଟ ଚୋରି କରିଥିବା ରାହୁଲ ଗାନ୍ଧୀଙ୍କର ଅଭିଯୋଗକୁ ଚିନ୍ତାଜନକ ବୋଲି କହିଛନ୍ତି ଥରୁର।
ଇଲେକ୍ସନ କମିଶନ ୨୦୨୪ରେ ବିଜେପିକୁ ବିଜୟୀ କରାଇବା ପାଇଁ ଦଳ ସହ ମିଶି ଭୋଟ ରିଗିଂ କରିଛି ବୋଲି ରାହୁଲ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ପାଖରେ ଠୋସ୍ ପ୍ରମାଣ ରହିଛି ବୋଲି ରାହୁଲ କହିବା ପରେ ଏ ନେଇ ଦେଶର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାହୁଲଙ୍କର ଅଭିଯୋଗକୁ ନେଇ ଥରୁର ଚିନ୍ତା ବ୍ୟକ୍ତ କରିଛନ୍ତି।
ଏନେଇ ଥରୁର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଏଗୁଡ଼ିକ ଗମ୍ଭୀର ପ୍ରଶ୍ନ, ସମସ୍ତ ଦଳ ଏବଂ ସମସ୍ତ ଭୋଟରଙ୍କ ସ୍ୱାର୍ଥ ପାଇଁ ଗମ୍ଭୀରତାର ସହିତ ସମାଧାନ କରାଯିବା ଆବଶ୍ୟକ। ଆମର ଗଣତନ୍ତ୍ର ଖୁବ୍ ମୂଲ୍ୟବାନ, ଏହାର ଅପାରଗତା, ଅସାବଧାନତା କିମ୍ବା ତା’ଠାରୁ ଖରାପ, ଜାଣିଶୁଣି ହେରଫେର କରିବାକୁ ଦେଇ ଏହାର ବିଶ୍ୱସନୀୟତାକୁ ନଷ୍ଟ କରାଯାଇ ପାରିବ ନାହିଁ।” ତେଣୁ ଇଲେକ୍ସନ କମିଶନ ଏହା ଦିଗରେ ବିହୀତ ପଦକ୍ଷେପ ନେଇ ବିବାଦର ସମାଧାନ କରିବା ଉଚିତ୍ ବୋଲି ଥରୁର ଅଭିଯୋଗ କରିଛନ୍ତି। ଗତ ୬ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା, ଇନ୍ଦିରାଙ୍କ ଏମାର୍ଜେନ୍ସିକୁ ସମାଲୋଚନା କରିବା ଓ କେନ୍ଦ୍ର ସରକାରଙ୍କ କେତେକ ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କର ସ୍ପଷ୍ଟବାଦୀ କଥା ଯୋଗୁ କଂଗ୍ରେସର କ୍ରୋଧର ଶିକାର ହୋଇଥିଲେ। ଦଳ ତାଙ୍କ ପ୍ରତି କୋଠର ହୋଇଥିଲା। ହେଲେ ଏବେ ଥରୁରଙ୍କର ନୂଆ ବୟାନରୁ ତାଙ୍କ ସ୍ୱର ବଦଳିବା ପରି ମନେ ହେଉଛି।

  • Related Posts

    କୁଏତ, ବାହାରିନ୍‌ ଉପରେ ଇରାନର ଆକ୍ରମଣ

    କୁଏତ ସିଟି: କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍‌ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି। ଏ…

    Continue reading
    ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା

    ହାଇଦ୍ରାବାଦ: ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା । ତେଲେଙ୍ଗାନାର ଜଣେ 28 ବର୍ଷୀୟ ଯୁବକ, ଆମେରିକାରେ ଏକ ପାର୍ଟ-ଟାଇମ୍ ପିଜା ଡେଲିଭରୀ ବୟ ଭାବରେ କାମ କରୁଥିଲେ । ପିଜା ଡେଲିଭରୀ କରିବା ପାଇଁ ଯାଉଥିବା ବେଳେ ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ