ରାହୁଲଙ୍କୁ ୧୧ କୋଟିରେ କିଣିଲା ଦିଲ୍ଲୀ

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟସର ପୂର୍ବତନ ଅଧିନାୟକ କେଏଲ ରାହୁଲ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। ତାଙ୍କୁ ଦିଲ୍ଲୀ ୧୪ କୋଟି ଟଙ୍କାରେ କିଣିଛି। ରାହୁଲଙ୍କୁ ଆଜି ଅକ୍ସନରେ କିଣିବା ପାଇଁ ପ୍ରଥମେ କୋଲକାତା ଓ ଆରିସିବି ଚାହିଁଥିଲେ। ଦୁଇ ଟିମ ୯ କୋଟି ଯାଏ ପରସ୍ପର ସହ ଲଢ଼େଇ କରିଥିଲେ।

ତେବେ ୧୧ କୋଟି ଟଙ୍କା ସହ ଦିଲ୍ଲୀ ବିଡରେ ପ୍ରବେଶ କରିଥିଲା। କିନ୍ତୁ କେକେଆର ହାର ମାନି ନଥିଲା। ଏହି ପ୍ରାଞ୍ଚାଇଜ ୧୧.୭୫ କୋଟି ଯାଏ ରାହୁଲଙ୍କୁ ନିଜ ସହ ସାମିଲ କରିବାକୁ ଚାହିଁଥିଲା। ଏହାପରେ ଚେନ୍ନାଇ ଆସିଥିଲା।

ଚେନ୍ନାଇ ରାହୁଲଙ୍କ ଦାମ ୧୩ କୋଟି ଯାଏ ବଢ଼ାଇଥିଲା। ହେଲେ ଡିସି ୧୪ କୋଟିର ବିଡ ଡାକିବାରୁ ଚେନ୍ନାଇ ଓହରି ଯାଇଥିଲା। ଲକ୍ଷ୍ନୌ ମଧ୍ୟ ଆରଟିଏମ କାର୍ଡ ବ୍ୟବହାର କରି ନଥିଲା। ଶେଷରେ ରାହୁଲ ଦିଲ୍ଲୀକୁ ୧୪ କୋଟି ଟଙ୍କାରେ ଯାଇଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ