ରେଳଟ୍ରାକ ଉଡାଇଲେ ମାଓବାଦୀ

ରାଉରକେଲା: ଓଡିଶାରେ ମାଓବାଦୀଙ୍କ ବଡ଼ ଅପରେସନ । ପୁଣି ମାଓବାଦୀଙ୍କ ହିଂସାକାଣ୍ଡ । ବିସ୍ଫୋରଣ ମାଧ୍ୟମରେ ରେଳଟ୍ରାକ ଉଡାଇବା ପାଇଁ ମାଓବାଦୀଙ୍କ ଉଦ୍ୟମ । ଏଥିରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ରକ୍ସି ଓ ରେଙ୍ଗଡ଼ା ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳଟ୍ରାକକୁ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରିଛନ୍ତି ମାଓବାଦୀ । ଫଳରେ ଯାତାୟାତରେ ବାଧାସୃଷ୍ଟି ହୋଇଛି । ୨୪ ଘଣ୍ଟିଆ ଭାରତବନ୍ଦ ଡାକରା ମଧ୍ୟରେ ଏପରି କାଣ୍ଡ ଭିଆଇଛନ୍ତି ଲାଲବାହିନୀ । ବିସ୍ଫୋରଣ ଘଟିଥିବା ସ୍ଥାନ ଠାରୁ କିଛି ଦୂରରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ରେଳ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଶନିବାର ନକ୍ସଲବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ । ଏନେଇ ଦୁଇ ରେଳ କର୍ମଚାରୀ ଏତୱା ଓରାମ (୫୮) ଏବଂ ବୁଧରାମ ମୁଣ୍ଡା ନିୟମିତ ଭାବରେ ଟ୍ରାକରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ, ରେଳ ଲାଇନରେ ନକ୍ସଲବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଭୟ ଆହତ ହୋଇଥିଲେ । ବିସ୍ଫୋରଣ ପରେ, ଆହତ ଉଭୟ ରେଳ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଓଡ଼ିଶାର ବନ୍ଦମୁଣ୍ଡା ରେଳ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଏତୱା ଓରାମଙ୍କୁ ମୃତ ଘୋଷଣା କରିଥିଲେ । ବୁଧରାମଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ରେଫର କରାଯାଇଛି ।ଶନିବାର ବିଳମ୍ବିତ ରାତିରୁ ମାଓବାଦୀ ଭାରତବନ୍ଦ ଡାକରା ଦେଇଛନ୍ତି । ଏହି ଡାକରା ମଧ୍ୟରେ ପ୍ରଥମେ ମାଓବାଦୀମାନେ ଓଡିଶାର ରକ୍ସି ଓ ରେଙ୍ଗଡ଼ା ରେଳ ଷ୍ଟେସନର ମଧ୍ୟବର୍ତ୍ତୀ ଅଞ୍ଚଳର ରେଳଟ୍ରାକକୁ ବିସ୍ଫୋରଣ ମାଧ୍ୟମରେ ଉଡାଇବାକୁ ପ୍ରୟାସ କରିଛନ୍ତି । ମାତ୍ର ବିସ୍ଫୋରକର ତୀବ୍ରତା ବେଶି ନଥିବାରୁ ଟ୍ରାକକୁ ବେଶି କ୍ଷତି ପହଞ୍ଚିନାହିଁ । ମାତ୍ର ଟ୍ରାକରୁ ସିମେଣ୍ଟର ସ୍ଲିପର ଖସିଯାଇଛି । ଘଟଣାସ୍ଥଳ ଠାରୁ କିଛି ଦୂରରେ ନକ୍ସଲମାନେ ବ୍ୟାନର ମଧ୍ୟ ଲଗାଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ