ଭୁବନେଶ୍ୱର,23/09: ଇ-ଆଧାର ଓ ଫ୍ରି ବାୟୋମେଟ୍ରିକ୍ ଅପଡେଟ୍ ପରେ କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ସିଇଓ ଭୁବନେଶ୍ୱର କୁମାର ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ଏକ ନୂତନ ଆଧାର ଆପ୍ ଲଞ୍ଚ କରାଯିବ । ଆପର ଡେମୋ ପରୀକ୍ଷଣ ସମାପ୍ତ ହୋଇଛି ଏବଂ ଏହା ସଫଳ ମଧ୍ୟ ହୋଇଛି । ମୋବାଇଲ୍ ଆପ୍ ଯେକୌଣସି ସମୟରେ ଲଞ୍ଚ ହେବାର ଆଶା କରାଯାଉଛି । ଯାହା ବ୍ୟବହାରକାରୀଙ୍କୁ ଆଧାର ସମ୍ବନ୍ଧୀୟ ବିଭିନ୍ନ ଫିଚର୍ସ ପ୍ରଦାନ କରିବ । ସିଇଓ ଭୁବନେଶ୍ୱର କୁମାର କହିଛନ୍ତି ଯେ ମୋବାଇଲ୍ ଆପ୍ ଲଞ୍ଚ ହେବା ପରେ ଲୋକଙ୍କୁ ଆଉ ନିଜ ପକେଟ କିମ୍ବା ପର୍ସରେ ଆଧାର କାର୍ଡ ଫଟୋକପି ନେବାକୁ ପଡିବ ନାହିଁ । ଡିକେଏସ୍ ନାମକ ଏହି ଆପ୍ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଲଞ୍ଚ ହେବ । ଆପରେ ଏକ ମୋବାଇଲ ଅପଡେଟ୍ ଫିଚର୍ସ ଅନ୍ତର୍ଭୁକ୍ତ ହେବା ସହିତ ଏଥିରେ ଏକ ଅନନ୍ୟ ପରିଚୟ ସେୟାରିଂ ଫିଚର୍ସ ମଧ୍ୟ ରହିବ, କିନ୍ତୁ ବିବରଣୀ ସେୟାରିଂ କେବଳ ବ୍ୟବହାରକାରୀଙ୍କ ଅନୁମତି ସହିତ ହେବ ।
ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…




