
ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ମହାଘୋଟଲା ନେଇ ବିଜେପି ବିଧାୟକ ବାବୁ ସିଂ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି । ଯେଉଁଠି ଚାଦର ଘୋଡ଼ାଇ ହୋଇ ଲୁଚିଲେ ବି କାହାକୁ ଛଡ଼ାଯିବନି ବୋଲି ବିଧାୟକ କହିଛନ୍ତି । ଏହାଛଡ଼ା ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢ଼ିଥିଲା । କେବଳ ଛୋଟ ମାଛ ନୁହେଁ ବଡ଼ ମାଛଙ୍କ ବି ସମୟ ଆସୁଛି । ସୁବ୍ରତ ଛାଟୋଇଙ୍କୁ ବିଜେଡି ନେତା ଛତା ଧରି ସୁରକ୍ଷା ଦେଉଥିଲେ ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ।




