ଶରୀର ପାଇଁ ଲାଭଦାୟକ ଭିଜା କିସମିସ!

କିସମିସ ଆମେ ସାଧାରଣତଃ ପାଟିର ସ୍ୱାଦ ପାଇଁ ଖାଇଦେଇଥାଉ । ଘରେ ଏମିତି ବସିଥିବାବେଳେ କି ଚଲାବୁଲା କରିବା ସମୟରେ ଯଦି ନଜରରେ କିସମିସ ପଡିଗଲା ଆମେ ତାକୁ ପାଟିରେ ପକାଇଦେଇଥାଉ । କାରଣ ପାଟିକୁ ଭାରି ଭଲ ଲାଗିଥାଏ କିସମିସ୍ । ଏହାକୁ ମଧ୍ୟ ବିଭିନ୍ନ ମିଠା ଜିନିଷରେ ବ୍ୟବହାର କରାଯାଇଥାଏ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ କିସମିସ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରି ଏବଂ ଲାଭଦାୟକ ବୋଲି । କିସମିସରେ ଆଇରନ୍, କ୍ୟାଳସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଖାଲି ଏତିକି ନୁହେଁ କିସମିସ ସେବନ ଦ୍ୱାରା ହଜମ ସମସ୍ୟା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ କିସମିସ କୁ ସଠିକ୍ ଉପାୟରେ ସେବନ କରୁଛନ୍ତି ତେବେ ଏହା ପେଟ ସମସ୍ୟାରୁ ଦୂରେଇ ରଖିଥାଏ । କିସମିସ ଦ୍ୱାରା ଶରୀରର ମଧ୍ୟ ବଢିଥାଏ ।

ତେବେ ଚାଲନ୍ତୁ ଜାଣିବା କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କିସମିସ କୁ କିପରି କରିବେ ସେବନ ? ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ଅଛି ତେବେ ରାତିରେ କିସମିସ କୁ ଭିଜାଇ ରଖିଦିଅନ୍ତୁ । ଏହାକୁ ସକାଳେ ଖାଲିପେଟରେ ସେବନ କରନ୍ତୁ । ଏହାଦ୍ୱାରା ପେଟ ସଫା ହୋଇଥାଏ । କିସମିସ ରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ହଜମ ପକ୍ରିୟାରେ ଉନ୍ନତି ଆଣିଥାଏ ।

ଶରୀରରେ ବୃଦ୍ଧି ହୋଇଥାଏ ଏନର୍ଜି?

ଭିଜା ହୋଇଥିବା କିସମିସ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଯଦି ଆପଣ ଆପଣଙ୍କ ହାର୍ଟ କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଭିଜା ହୋଇଥିବା କିସମିସ୍ କୁ ସେବନ କରିପାରିବେ । ଖାଲି ସେତିକି ନୁହେଁ ଯେଉଁମାନେ ଅଧିକ ପତଳା ସେମାନଙ୍କ ପାଇଁ ଭିଜା ହୋଇଥିବା କିସମିସ୍ ଖୁବ୍ ଲାଭଦାୟକ ହୋଇଥାଏ । ଅର୍ଥାତ୍ ଯେଉଁମାନେ ଶରୀର ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ଭିଜା ହୋଇଥିବା କିସମିସକୁ ଖାଇପାରିବେ । ତେବେ କିସମିସ ଦ୍ୱାରା ଶରୀରକୁ କଣ ଲାଭ ମିଳେ ତାହାର ଏହା କିଛି ସାମାନ୍ୟ ସୂଚନା ମାତ୍ର । ତେବେ ଅଧିକ ସୂଚନା ପାଇଁ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହା ଆପଣ ସେବନ କରିବା ଉଚିତ୍ ହେବ ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ