ଶାଳୀଙ୍କୁ ନେଇ ଫେରାର ବେଳେ ବିଦ୍ୟୁତ୍‌ ଫାଶରେ ପଡ଼ି ଭିଣୋଇ ମୃତ

ପାଟଣାଗଡ଼,: ବାକ୍‌ଶକ୍ତିହୀନ ସମ୍ପର୍କୀୟ ଶାଳୀକୁ ନେଇ ଫେରାର ମାରୁଥିବା ବେଳେ ଜଙ୍ଗଲରେ ଘଟିଛି ଅଘଟଣ । ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଯାଇଛି ଭିଣୋଇ ଜୀବନ। ଶାଳୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ମହଦା ପାହାଡ଼ ପାଦଦେଶ ଅନ୍ଧାରୀ ଜଙ୍ଗଲରେ ଗତ ଗୁରୁବାର ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ୍(୪୫) । ଗୁରୁତର ଶାଳୀଙ୍କ ଘର ଗୁନଞ୍ଚାଡିହି ଅଞ୍ଚଳରେ ଏବଂ ତାଙ୍କ ବୟସ ୩୫ ବର୍ଷ । ଅଘଟଣ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶିକାରୀମାନେ ମୃତଦେହକୁ ପାହାଡ଼ ଖୋଲରେ ଫିଙ୍ଗି ଦେଇଥିଲେ । ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ଶବ ଜବତ କରିଛି ।ଉତ୍ତରପ୍ରଦେଶ ବାରାଣସୀର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିବା କ୍ଷେତ୍ର ୬ବର୍ଷ ତଳେ ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବତୀ(ଶାଳୀ)ଙ୍କ ବଡ଼ବାପାଙ୍କ ଝିଅକୁ ବିବାହ କରିଥିଲେ । ଏଥିପୂର୍ବରୁ ଗାଁର ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପ୍ରେମଜାଲରେ ଫସାଇ ବାହା ହୋଇଥିଲେ । କିନ୍ତୁ ସମ୍ପୃକ୍ତ ତିନିଜଣ ସ୍ତ୍ରୀଙ୍କ କୌଣସି ଖୋଜଖବର ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କ୍ଷେତ୍ରଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା । ଇତିମଧ୍ୟରେ କକା ଶ୍ୱଶୁରଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ପ୍ରେମ ଜାଲରେ ଫସାଇଥିଲେ କ୍ଷେତ୍ର ।ଗତ ଗୁରୁବାର ରାତିରେ ତାଙ୍କୁ ନେଇ ଜଙ୍ଗଲ ରାସ୍ତାରେ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଅନ୍ଧାରୀ ଲାହେରଜୁରୀ ଗାଁ ଜଙ୍ଗଲ ଭିତରେ ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ଛନ୍ଦି ହୋଇଯାଇଥିଲେ କ୍ଷେତ୍ର । ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ଶାଳୀ ମଧ୍ୟ ଗୁରୁତର ହୋଇଥିଲେ । କୌଣସି ପ୍ରକାରେ ବିଦ୍ୟୁତ୍ ଫାଶରୁ ବର୍ତ୍ତିଯାଇ ସେ ପାଣ୍ଡେସର ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମରେ ପହଞ୍ଚିଥିଲେ । ଫାର୍ମ କର୍ମଚାରୀ ଏବଂ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ଯୁବତୀଙ୍କୁ ଘସିଏନ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।
ସକାଳୁ ଘଟଣାସ୍ଥଳକୁ ପୁଲିସ୍ ଯାଇଥିଲା । କିନ୍ତୁ ମୃତଦେହ ମିଳି ନ ଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ସହାୟତାରେ ଦିନତମାମ ଖୋଜାଖୋଜି କରିବା ପରେ ସନ୍ଧ୍ୟାରେ ଜଙ୍ଗଲର ଏକ ପଥର ଖୋଲରୁ କ୍ଷେତ୍ରଙ୍କ ଶବ ମିଳିଥିଲା । ଶିକାରୀମାନେ ପ୍ରମାଣନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହ ସେଠାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଉକ୍ତ ଜଙ୍ଗଲରେ ଶିକାରୀଙ୍କ ବିଦ୍ୟୁତ ତାର ଫାଶରେ ପଡ଼ି କିଛିମାସ ତଳେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବନ ବିଭାଗ ଦୁଇ ଜଣ ପେସାଦାର ଶିକାରୀଙ୍କୁ ଗିରଫ କରିଥିଲା । ସେମାନେ ଜାମିନରେ ଆସିବା ପରେ ପୁଣି ଶିକାରରେ ମାତିଥିବା ଗ୍ରାମବାସୀ କହିଛନ୍ତି । ସେମାନେ ହିଁ ବିଦ୍ୟୁତ୍ ଫାଶ ବିଛାଇଥିବା ଚର୍ଚ୍ଚା ହେଉଛି ।

  • Related Posts

    ୭ ଦିନ ବଢ଼ିଲା ଧାନ ପଞ୍ଜିକରଣ ଅବଧି

    ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଆହୁରି ସପ୍ତାହେ ବଢ଼ିଲା ଧାନ ପଞ୍ଜିକରଣ ଅବଧି। ଆଗଷ୍ଟ ୩୧ରେ ସରୁଥିବା ପଞ୍ଜିକରଣ ଅବଧି କୁ ୭ ଦିନ ଘୁଞ୍ଚାଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

    Continue reading
    ମନ୍‌ କି ବାତ୍‌ରେ ଓଡ଼ିଶାର ମୈଥିଲି ଭୁଏ

    ଭୁବନେଶ୍ୱର: ୧୩୭ ତମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେବ୍ରିଗଡ଼ରେ କେନ୍ଦୁପତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ